Categories: ଜାତୀୟ

ଗ୍ରେଟର ନୋଏଡାର ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ୩ ମହଲାରୁ ଡେଁଇଲେ ଲୋକ, ଅନେକ ଆହତ

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ପଶ୍ଚିମ ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ନିଆଁ ଲାଗିବା ମାତ୍ରେ ଗାଲାକ୍ସି ପ୍ଲାଜାରେ ଆତଙ୍କ ଖେଳିଯାଇଛି। ଜୀବନ ବିପଦରେ ଥିବା ଦେଖି ଅନେକ ଲୋକ ୩ ମହଲାରୁ ଡେଇଁ ପଡିଥିବା ଜଣାପଡିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ପଶ୍ଚିମ କୋଲେକ୍ସି ପ୍ଲାଜା ବିଶରଖ ପୋଲିସ ଷ୍ଟେଶନ ଅଧୀନରେ ଥିବା ଗୌର ସିଟି ଅଞ୍ଚଳର ଏହି ଘଟଣା ଘଟିଛି।

Share