ଚାଇନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୫ ମୃତ, ଅନେକ ଆହତ

ବେଜିଂ,୨୪ା୧: ଚାଇନାର ଜିଆଙ୍ଗସି ପ୍ରଦେଶର କିଛି ଦୋନାନରେ ଅଗ୍ନିକାଣ୍ଡ ଘଟି ବୁଧବାର ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ଶନିବାର ମଧ୍ୟ ଚାଇନାର ଦୁଇଟି ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କର ମୃତ୍ୟୁ ଘଟିଥିଲା।

ଜିଆଙ୍ଗସି ପ୍ରଦେଶର ୟୁସୁଇ ଜିଲାର ଅଧିକାରୀମାନେ କହିଛନ୍ତି, ବୁଧବାର ଅପରାହ୍ନ ୩ଟାରେ ଏକ ଶପିଂ ଅଞ୍ଚଳର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଛି। ତତକ୍ଷଣାତ୍‌ ଉଦ୍ଧାର କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ପୋଲିସ ଏବଂ ସ୍ଥାନୀୟ ଅଧିକାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଅଗ୍ନିକାଣ୍ଡର କାରଣ କ’ଣ? ଏହା ଅନୁସନ୍ଧାନ କରାଯାଉଛି। ତେବେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share