ମିଲାନର ବୃଦ୍ଧାଶ୍ରମରେ ଭୀଷଣ ଅଗ୍ନିକାଣ୍ଡ, ୬ମୃତ

ରୋମ,୭।୭: ରୋମର ମିଲାନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଲାନରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁଲାଗି ୬ଜଣ ଜିଅନ୍ତା ଜଳି ଯାଇଛନ୍ତି। ଅଗ୍ନିକାଣ୍ଡରେ ୮୦ରୁୁ ଅଧିକ ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଗ୍ନିକାଣ୍ଡ ଯୋଗୁ ଘଟଣାସ୍ଥଳରେ ବିଶୃଙ୍ଖଳା ଦେଖାଦେଇଥିଲା। ମୃତାହତଙ୍କ ପରିବାର ସଦସ୍ୟଙ୍କ କାନ୍ଦ ବୋବାଳିରେ ଘଟଣା ପରିସର ଫାଟି ପଡୁଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାର କାରଣ ଜଣାପଡିନାହିଁ।

Share