ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଫାଟିଲା ଗ୍ୟାସ ସିଲିଣ୍ଡର

ଭୁବନେଶ୍ୱର,୧୬।୫:ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଗୋଟିଏ ବାଇକ ମଧ୍ୟ ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଆଶଙ୍କା କରାଯାଉଛି ଯେ, ପ୍ରଥମେ ଏକ ଫାଷ୍ଟ ଫୁଡ ଦୋକାନରେ ସର୍ଟସର୍କିଟରୁ ନିଆଁ ଲାଗିଥିଲା । ପରେ ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦୁଇଟି ଟିମ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇ ପାରୁନାହିଁ ।

Share