Posted inଜାତୀୟ

ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ: ୧୦ ଏମ୍‌ପି ନିଲମ୍ବିତ

ନୂଆଦିଲ୍ଲୀ,୨୪।୧: ୱାକଫ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି, କମିଟିର ୧୦ ଜଣ ଏମ୍‌ପିଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା। ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ, ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ। ଆଜି ଭାଜପା ଏମ୍‌ପି ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଜେପିସି କଶ୍ମୀରର ମୀରୱାଇଜ ଉମର ଫାରୁକଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀଙ୍କ ମତ ଶୁଣିବାର ଥିଲା।
ବୈଠକରେ ହଟ୍ଟଗୋଳ ପରେ ୱାକଫ ସଂଶୋଧନ ବିଲ ୨୦୨୪ ଉପରେ ମିଳିତ ସଂସଦୀୟ କମିଟି ବୈଠକରୁ ସମସ୍ତ ୧୦ଜଣ ବିରୋଧୀ ଏମ୍‌ପିଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ବିରୋଧୀ ସାଂସଦମାନଙ୍କ ମଧ୍ୟରେ କଲ୍ୟାଣ ବାନାର୍ଜୀ, ମହମ୍ମଦ ଜାଭେଦ, ଏ ରାଜା, ଅସଦୁଦ୍ଦିନ ଓୱେସି, ନାସିର ହୁସେନ, ମୋହିବୁଲ୍ଲା, ଏମ ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦୀମୁଲ ହକ, ଇମ୍ରାନ ମାସୁଦ ଅନ୍ତର୍ଭୁକ୍ତ।
ଭାରତୀୟ ଜନତା ପାର୍ଟିର ଏମ୍‌ପି ନିଶିକାନ୍ତ ଦୁବେ ବିରୋଧୀ ସଦସ୍ୟମାନଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ କମିଟି ଦ୍ୱାରା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ଭାରତୀୟ ରେଲଓ୍ବେରେ କେଉଁ କେଉଁ ପଦବୀ ଥାଏ? A ଠାରୁ D ବର୍ଗରେ ମିଳେ କେତେ ଦରମା

ନୂଆଦିଲ୍ଲୀ,୨୧।୩: ଭାରତୀୟ ରେଳବାଇ ୧୬ ଏପ୍ରିଲ ୧୮୫୩ରେ ଆରମ୍ଭ ହୋଇଥିଲା। ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି। ଭାରତୀୟ ରେଳବାଇ ଏସିଆର ସର୍ବବୃହତ...

ଦିଲ୍ଲୀ ପରାଜୟ ପରେ ଆପ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପରାଜୟ ପରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦଳ...

ଆଉ ୧୦ଦିନ ପରେ ଆରମ୍ଭ ହେବାକୁ ଯାଉଛି ୟୁନିଫାଏଡ ପେନସନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୧।୩: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ପାଇଁ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲ, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି।...

ଅମିତ ଶାହଙ୍କ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲବାଦ ହେବ ମୁକ୍ତ

ନୂଆଦିଲ୍ଲୀ,୨୧।୩: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ୩୧ ମାର୍ଚ୍ଚ,...

ସଂସଦରେ ଜେପି ନଡ୍ଡାଙ୍କୁ ସାଂଘାତିକ ପ୍ରଶ୍ନ ପଚାରିଦେଲେ ହେମା ମାଳିନୀ, ସମସ୍ତେ କାବା

ନୂଆଦିଲ୍ଲୀ,୨୧।୩: ଲୋକ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଭାଜପା ଏମପି ହେମା ମାଳିନୀ ଆଜି ସଂସଦରେ ନିଜ ଦଳର ନେତାଙ୍କୁ ଘେରିଥିଲେ। ସେ କେନ୍ଦ୍ରର...

ନିଜ ପୁଅକୁ ମୁଖ୍ୟମନ୍ତ୍ରୀ ବସାନ୍ତୁ ନୀତୀଶ କୁମାର: କାହିଁକି ଏମିତି ଦାବି କଲେ ରାବ୍ରି ଦେବୀ

ପାଟନା,୨୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ନୀତିଶ କୁମାର ରାବ୍ରିଙ୍କୁ ମୁଖ୍ୟମନ୍ତ୍ରୀ...

ବଢିଲା ରାହୁଲଙ୍କ ଟେନସନ, କୋର୍ଟ ପଠାଇଲା ନୋଟିସ

ନୂଆଦିଲ୍ଲୀ,୨୧।୩: ଉତ୍ତର ପ୍ରଦେଶ ସମ୍ଭଲର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ତାଙ୍କୁ...

ନୀତୀଶଙ୍କ ଉପରେ ଗର୍ଜିଲେ ତେଜସ୍ବୀ, ବିଧାନସଭାରେ ହଙ୍ଗାମା

ପାଟନା,୨୧।୩: ଶୁକ୍ରବାର ବିହାର ବିଧାନସଭାରେ, ବିରୋଧୀ ଦଳ ଜାତୀୟ ସଙ୍ଗୀତର ଅପମାନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିଥିଲେ। ବିଧାନସଭା ପରିସର ଭିତରେ ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image