ସୁପର ମାର୍କେଟରେ ଆଖିବୁଜା ଗୁଳି ମାଡ଼, ୧୦ ମୃତ ବହୁ ଆହତ…

ନ୍ୟୁୟର୍କ, ୧୫।୫ : ଆମେରିକାର ନ୍ୟୁୟର୍କର ଏକ ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ବଫେଲୋ ନିକଟରେ ଜେଫରସନ ଆଭେନ୍ୟୁ ନିକଟରେ ଏହି ଗୁଳି ମାଡ଼ ହୋଇଥିବା ଅଧିକାରୀମାନେ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ଗିରଫ ଯାଇଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଏଠାରେ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଉପରେ କଟକଣା ଜାରି କରିବା ସହ ଜନସାଧାରଣଙ୍କୁ ଏଠାକୁ ନଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଗୁଳିମାଡ଼ରେ ମୃତକ ଏବଂ ଆହତ ଲୋକେ ସୁପର ମାର୍କେଟ ବାହାରେ ତଳେ ପଡ଼ି ରହିଥିଲେ। ବନ୍ଧୁକଧାରୀ ବ୍ୟକ୍ତି ଜଣକ ସାମରିକ ଶୈଳୀରେ ପୋଷାକ ପିନ୍ଧିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି। ସେ ଏକ ସୁରକ୍ଷାଜ୍ୟାକେଟ ମଧ୍ୟ ପିନ୍ଧିଥିଲେ। ତାଙ୍କ ପାଖରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତାଙ୍କର ଟାକ୍ଟିକାଲ ଗିଅର୍‌ ଟାକ୍ଟିକାଲ ହେଲମେଟ ମଧ୍ୟ ଥିଲା। ତାଙ୍କ ଦେଶରେ ଏକ କ୍ୟାମେରା ଲଗାଯାଇଥିଲା ଯେଉଁଥିରେ ଘଟଣାର ଲାଇଭଷ୍ଟ୍ରିମ କରାଯାଉଥିଲା।

ଗୁଳିମାଡ଼ରେ ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ସେ ସୁପର ମାର୍କେଟରେ ସଶସ୍ତ୍ର ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଗୁଳିମାଡ଼ କରୁଥିବା ବ୍ୟକ୍ତି ତାଙ୍କ ବେକରେ ବନ୍ଧୁକ ଲଗାଇଥିବା କମିଶନର କହିଛନ୍ତି। ପରେ ଗୁଳିକାଣ୍ଡ ଭିଆଇଥିବା ବ୍ୟକ୍ତି ଆତ୍ମସମର୍ପଣ କରିଥିଲେ। ତାଙ୍କୁ ପଚରା ଉଚରା ଜାରି ରହିଛି।

Share