Categories: ଖେଳ

ବ୍ରାଜିଲକୁ ବାସନ୍ଦ ଧମକ ଦେଲା ଫିଫା, ଜାଣନ୍ତୁ କାରଣ…

ରିଓ ଡି ଜେନେରୋ, ୨୫ା୧୨: ବ୍ରାଜିଲକୁ ବାସନ୍ଦ କରିବାକୁ ଧମକ ଦେଇଛି ଫିଫା। ବ୍ରାଜିଲ ଫୁଟବଲ ସଂଘର ସଭାପତି ନ ଥିବାରୁ ଜାନୁୟାରୀ ସୁଦ୍ଧା ନୂତନ ନିଯୁକ୍ତି ପାଇଁ ଫିଫା ପକ୍ଷରୁ ଚିଠି କରାଯାଇଛି।

ଡିସେମ୍ବର ୭ ତାରିଖରେ ସିବିଏଫ୍‌ର ସଭାପତି ଏଡଲାଣ୍ଡୋ ରୋଡ୍ରିଗୁଏଜଙ୍କୁ କୋର୍ଟ ବରଖାସ୍ତ କରିଥିଲେ। ଜାନୁୟାରୀ ସୁଦ୍ଧା ନିର୍ବାଚନ କରାଇ ନୂତନ ସଭାପତି ନିଯୁକ୍ତ ନ କଲେ ବ୍ରାଜିଲକୁ ବାସନ୍ଦ କରିବାକୁ ଫିଫା ଧମକ ଦେଇଛି।

Share