କାତାର,୧୯।୫: ଚଳିତ ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଫୁଟ୍ବଲ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ମହିଳା ରେଫରି ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ଗୁରୁବାର ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ନଭେମ୍ବର ୨୧ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ଇଭେଣ୍ଟରେ ୩ ମହିଳା ରେଫରି ଏବଂ ୩ ଆସିଷ୍ଟାଣ୍ଟ ରେଫରି ଅଂଶଗ୍ରହଣ କରିବେ। ମୋଟ ଉପରେ ୩୬ ରେଫରି, ୬୯ ଆସିଷ୍ଟାଣ୍ଟ ରେଫରି ଏବଂ ୨୪ ଭିଡିଓ ମ୍ୟାଚ୍ ଅଫିସିଆଲଙ୍କୁ ଟୁର୍ନାମେଣ୍ଟ ପରିଚାଳନା ପାଇଁ ଫିଫା ଚୟନ କରିଛି। ଏଥିରେ ଏକ ଲମ୍ବା ପ୍ରକ୍ରିୟା ରହିଛି, ଯାହା କିଛିବର୍ଷ ତଳେ ଫିଫା ପୁରୁଷ ଜୁନିୟର ଏବଂ ସିନିୟର ଟୁର୍ନାମେଣ୍ଟରେ ମହିଳା ରେଫରିଙ୍କ ଉନ୍ନତି ସହ ଆରମ୍ଭ ହୋଇଥିଲା ବୋଲି ଫିଫା ରେଫରି କମିଟି ମୁଖ୍ୟ ପିରଲୁଇଜି କଲିନା କହିଛନ୍ତି।