ଜୁରିଚ୍: ଫିଫା (ଫେଡେରେଶନ ଅଫ୍ ଇଣ୍ଟରନ୍ୟାଶନାଲ ଫୁଟ୍ବଲ ଆସୋସିଏଶନ୍ସ) ସଭାପତି ଜିଆନି ଇନ୍ଫାଣ୍ଟିନୋ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ନିକଟରେ ଆଂଶିକ ଲକ୍ଷଣ ଦେଖାଦେଇଥିଲା। ସେ ତୁରନ୍ତ ନିଜକୁ ସେଲ୍ଫ ଆଇସୋଲେଶନରେ ରଖିଛନ୍ତି। ଅତିକମ୍ରେ ୧୦ଦିନ କ୍ୱାରାଣ୍ଟାଇନ୍ରେ ରହିବେ। ନିକଟରେ ଏହି ୫୦ ବର୍ଷୀୟ ସୁଇସ୍ ଆଇନଜ୍ଞଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାଲାଗି ସୂଚାଇ ଦିଆଯାଇଥିବା ଫିଫା କହିିଛି। କରୋନାଭାଇରସ ମହାମାରୀ ସମୟରେ ଇନ୍ଫାଣ୍ଟିନୋ ଯିବା ଆସିବା ଖୁବ୍ କମ୍ ଥିଲା। କିନ୍ତୁ ସେ ଗତ ମାସରେ ହ୍ବାଇଟ୍ ହାଉସ୍ରେ ସ୍ବାକ୍ଷର ସେରିମନିରେ ଯୋଗ ଦେଇଥିଲେ। ଇସ୍ରାଏଲ୍, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ବାହାରିନ୍ ମଧ୍ୟରେ ସମ୍ପର୍କ ସ୍ବାଭାବିକ ଆଣିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୁଇଜରଲାଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର ସଂଖ୍ୟା ପାଖାପାଖି ୧୨୭,୦୦୦ରେ ପହଞ୍ଚତ୍ଛି।