ନୟନ,୧।୫(ପି.ଟି.): ଅନ୍ଲାଇନରେ ଚାଲିଥିବା ଗାଳିଗୁଲଜ ବିରୋଧରେ ପୂରା ଇଂଲିଶ ଫୁଟ୍ବଲ ଜଗତ ଏକାଠି ହୋଇଛି। ଅନ୍ଲାଇନରେ ଚାଲିଥିବା ଗାଳିକୁ ବିରୋଧ କରି ଇଂଲିଶ ଫୁଟ୍ବଲ ବିଭିନ୍ନ ସୋସିଆଲ ମିଡିଆକୁ ବୟକଟ୍ କରିଛି। ଏବେ ଫିଫା ଓ ୟୁଇଏଫ୍ଏ ଏହି ୪ ଦିନିଆ ବୟକଟ୍ରେ ସାମିଲ ହୋଇଛନ୍ତି। ଖେଳାଳି, କ୍ଲବ ଓ ବିଭିନ୍ନ ସଂଗଠନ ମଧ୍ୟ ଏହି ବୟକଟ୍କୁ ସମର୍ଥନ କରି ସୋସିଆଲ ମିଡିଆ ବର୍ଜନ କରିଛନ୍ତି। ଇଂଲିଶ କ୍ରିକେଟ ଓ ରଗ୍ବୀ କ୍ଲବ ଏବଂ ବ୍ରିଟିଶ ଲନ୍ ଟେନିସ ଆସୋସିଏଶନ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଟୁଇଟର, ଫେସ୍ବୁକ ଓ ଇନ୍ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଚାଲିଥିବା ବର୍ଣ୍ଣବୈଷମ୍ୟ ଆକ୍ଷେପ ଓ ଗାଳିଗୁଲଜ ନେଇ ସମସ୍ତେ ଚିନ୍ତାପ୍ରକଟ କରିଛନ୍ତି। ଫୁଟ୍ବଲରେ ଏସବୁ ସ୍ଥାନ ନାହିଁ ବୋଲି ବିଶ୍ୱ ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା କହିଛି।