Posted inଖେଳ

ରାଇଜିଂ ଷ୍ଟାରଙ୍କ ଆକ୍ସନ ଅପେକ୍ଷାରେ କଳିଙ୍ଗ

ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଟୁର୍ନାମେଣ୍ଟରେ ଆମେରିକା ଓ ବ୍ରାଜିଲ ପରି ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ବିପକ୍ଷରେ ଖେଳିବାକୁ ଥିଲେ ହେଁ ଭାରତର ଭଲ ପ୍ରଦର୍ଶନକୁ ନେଇ ଆଶା ରଖିଛନ୍ତି ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି। ”ଆମେ ଗତ ଫେବୃୟାରୀଠାରୁ କଠିନ ପରିଶ୍ରମ କରିଛୁ। ଟ୍ରେନିଂ ସେସନ ବହୁତ ଭଲ ରହିଛି। ଭାରତୀୟ ଖେଳାଳିଙ୍କ ଏକ୍ସପୋଜର ଟ୍ରିପ୍‌ ମଧ୍ୟ ଉତ୍ତମ ରହିଛି। ମୋଟାମୋଟି କହିଲେ ଭାରତ ଆଗାମୀ ଫିଫା ଇଭେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ“ ବୋଲି ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡେନର୍ବି ପ୍ରକାଶ କରିଛନ୍ତି। ଆୟୋଜକ ଦେଶ ଭାରତ ସ୍ବାଭାବିକ ଭାବେ ଟୁର୍ନାମେଣ୍ଟରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ମରକ୍କୋ ଓ ତାଞ୍ଜାନିଆ ସହିତ ଭାରତ ଏହି ପ୍ରତିଯୋଗିତାରେ ଡେବ୍ୟୁ କରିବ। ଏହାସତ୍ତ୍ୱେ ଭାରତ ବିପକ୍ଷରେ ଗୋଲ କରିବା ପ୍ରତିପକ୍ଷ ଦଳ ପାଇଁ ସହଜ ହେବନାହିଁ ବୋଲି ଡେନର୍ବି କହିଛନ୍ତି। ”ଆମ ବିପକ୍ଷରେ ଆମେରିକା ଫେଭରାଇଟ, ଏଥିରେ ଦ୍ୱିମତ ନାହିଁ। ମାତ୍ର ତାହା କେବଳ ଏକ ରେକର୍ଡ। ପ୍ରକୃତ ଫୁଟ୍‌ବଲ ପଡ଼ିଆରେ ୯୦ରୁ ୯୫ ମିନିଟ୍‌ ଖେଳିବାକୁ ପଡ଼ିଥାଏ। ତେଣୁ ଆମେରିକା ବିପକ୍ଷରେ ଆମର ମଧ୍ୟ ସୁଯୋଗ ଅଛି ବୋଲି ଆମେ ଅନୁଭବ କରୁଛୁ। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଲେ ତାହା ଆମ ପାଇଁ ବହୁତ ବଡ଼ ସଫଳତା ହେବ। ତେବେ ଏବେ ଆମେ କେବଳ ପ୍ରଥମ ମ୍ୟାଚ ଉପରେ ଫୋକସ କରୁଛୁ। ଯଦି ଆମେରିକା ବିପକ୍ଷରେ ଆମେ ପ୍ରଥମେ ଗୋଲ ସ୍କୋର କରିପାରିବୁ ତେବେ ଚାପ ପକାଇ ପାରିବୁ। ଏଥିରୁ ଫାଇଦା ମିଳିବା ସମ୍ଭାବନା ରହିଛି“ ବୋଲି ଏହି ସ୍ବିଡିଶ୍‌ କୋଚ୍‌ ପ୍ରକାଶ କରିଛନ୍ତି। ଆମେ ୪୫-୪୬ କୋର୍‌ ଖେଳାଳିଙ୍କୁ ନେଇ କ୍ୟାମ୍ପ ଆରମ୍ଭ କରିଥିଲୁ। କେବଳ ଗୋଲ୍‌କିପର ଅନିତା ଏବଂ ପିଙ୍କୁ ଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଆହତ ସମସ୍ୟାରେ ନାହାନ୍ତି। ଦୀର୍ଘଦିନ କ୍ୟାମ୍ପ୍‌ ଚାଲିଥିଲେ ହେଁ ଅଧିକ ଖେଳାଳି ଆହତ ନ ହେବା ବହୁତ ଭଲ କଥା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମିଥଙ୍କ ଶତକ:ଅଷ୍ଟ୍ରେଲିଆ ୪୭୪ ରନ୍‌ରେ ଅଲଆଉଟ୍‌

ମେଲବୋର୍ନ,୨୭।୧୨:ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୦ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ୩୧୧ ସ୍କୋର ସହ ଇନିଂସ ଅଗ୍ରଗତି କରିବା...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

ମେଲବୋର୍ନ,୨୭।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳାଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ...

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri