Categories: ଖେଳ

ଆର୍ଜେଣ୍ଟିନା ଚାମ୍ପିୟନ

ଦୋହା, ୧୮।୧୨: ତାରକା ଷ୍ଟ୍ରାଇକର ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଜିତିଛି ଫିଫା ବିଶ୍ୱକପ୍‌। ଲୁସେଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟ୍‌ଆଉଟ୍‌ ୪-୨ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ୨-୨ ଓ ଅତିରିକ୍ତ ସମୟ ଖେଳ ୩-୩ରେ ଶେଷ ହେବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏହି ପର୍ଯ୍ୟାୟରେ ଆର୍ଜେଣ୍ଟିନାର ମେସି, ପାଉଲୋ ଡିବାଲା, ଲିଆଣ୍ଡ୍ରୋ ପାରେଡେସ ଓ ଗୋଞ୍ଜାଲୋ ମୋଣ୍ଟେଲ ଗୋଲ ଦେଇଥିଲେ। ଫ୍ରାନ୍ସର ଏମ୍‌ବାପେ ଓ ରାଣ୍ଡାଲ କୋଲୋ ମୁଆନି ଗୋଲ ଦେଇଥିବା ବେଳେ କିଙ୍ଗ୍ସଲେ କୋମାନ ଓ ଅରେଲିନ ଚୋଆମେନି ମିସ୍‌ କରିଥିଲେ। ଫଳରେ ମେସିଙ୍କ ବିଶ୍ୱକପ ଜିତିବା ସ୍ବପ୍ନ ସାକାର ହୋଇଛି।

Share