Categories: ଖେଳ

ମେସିଙ୍କ ବିଶ୍ୱରେକର୍ଡ

ଦୋହା,୧୯।୧୨: କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପଡ଼ିଆରେ ଅବତରଣ କରିବା ମାତ୍ରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ବିଶ୍ୱକପ ଇତିହାସରେ ସବୁଠାରୁ ଅଧିକ ମ୍ୟାଚ୍‌ ଖେଳିଥିବା ଫୁଟବଲ ଖେଳାଳି ହୋଇଛନ୍ତି।
ଏହା ହେଉଛି ମେସିଙ୍କ ପଞ୍ଚମ ବିଶ୍ୱକପ। ସେ ୨୦୦୬ରେ ଏହି ଟୁର୍ନାମେଣ୍ଟରେ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ୨୬ଟି ମ୍ୟାଚ ଖେଳିଛନ୍ତି। ଫ୍ରାନ୍ସ ବିପକ୍ଷ ଫାଇନାଲ ହେଉଛି ମେସିଙ୍କ ୨୬ ତମ ତଥା ଶେଷ ବିଶ୍ୱକପ ମ୍ୟାଚ। ଏହି ପରିପ୍ରେକ୍ଷୀରେ ମେସି ଜର୍ମାନର ପୂର୍ବତନ ଫୁଟବଲର୍‌ ଲୋଥର୍‌ ମାଥ୍ୟୁସଙ୍କୁ ପଛରେ ପକାଇଥିଲେ। ମାଥ୍ୟୁସ ବିଶ୍ୱକପ୍‌ରେ ୨୫ଟି ମ୍ୟାଚ ଖେଳିଥିଲେ। ସେ ପାଞ୍ଚଟି ବିଶ୍ୱକପରେ ମଧ୍ୟ ଭାଗ ନେଇଛନ୍ତି।

Share