Categories: ଖେଳ

ଫିଫା ବିଶ୍ୱକପ-୨୦୨୬: ଯୋଜନାରେ ପରିବର୍ତ୍ତନ, ୪-୪ ଟିମର ୧୨ ଗ୍ରୁପ୍‌ ରହିବେ…

ଓ୍ବାଶିଂଟନ,୧୫।୩ : ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ-୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପରେ ୪-୪ ଟିମର ୧୨ ଟି ଗ୍ରୁପ୍‌ ହେବ ବୋଲି ଫିଫା ଏକ ବିବୃତ୍ତିରେ କହିଛି। ପୂର୍ବରୁ ୩-୩ ଟିମର ୧୬ ଟି ଗ୍ରୁପ୍‌ ଗଠନ କରିବାର ଯୋଜନା ଥିଲା। ଫିଫା ବିବୃତ୍ତିରେ କହିଛି, ନୂଆ ଫର୍ମାଟ ନିଶ୍ଚିତ କରେ ଯେ ପ୍ରତ୍ୟେକ ଦଳ ବିଶ୍ୱକପରେ ଅତି କମରେ ତିନିଟି ମ୍ୟାଚ ଖେଳିବାର ସୁଯୋଗ ପାଇବେ ଏବଂ ଏହି ମ୍ୟାଚ ଗୁଡିକ ଯଥେଷ୍ଟ ବ୍ରେକ ସହିତ ଖେଳାଯିବ।

ଉଲ୍ଲେଖନୀୟ କଥା ହେଉଛି, ଫିଫା ବିଶ୍ୱକପ ୨୦୨୬ ରେ ପ୍ରଥମ ଥର ପାଇଁ ୪୮ ଟି ଦଳ ଅଂଶଗ୍ରହଣ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୩୨ ଟି ଦଳ କ୍ରୀଡ଼ା ଜଗତର ଏହି ବୃହତ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିଲେ। ସେମାନଙ୍କୁ ୮ ଟି ଗ୍ରୁପରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପ୍‌ରେ ଚାରୋଟି ଦଳ ରହିଥିଲେ ଏବଂ ଦଳର ଶ୍ରେଷ୍ଠ ଦୁଇ ଦଳ ନକ ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ।

ଆମେରିକା, କାନାଡା ଏବଂ ମେକ୍ସିକୋରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଫିଫା ପ୍ରଥମେ ୩-୩ ଟିମର ଗ୍ରୁପ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା। ସେଥିମଧ୍ୟରୁ ପ୍ରତ୍ୟେକ ଗ୍ରୁପ୍‌ ର ଦୁଇଟି ଦଳ ନକ ଆଉଟ ପର୍ଯ୍ୟାୟରେ ପହଞ୍ଚିବେ। ରୁୱାଣ୍ଡାର ରାଜଧାନୀ କିଗାଲୀରେ ଅନୁଷ୍ଠିତ ବୈଠକ ପରେ ୪-୪ ଟିମକୁ ଗ୍ରୁପରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଭଳି ପରିସ୍ଥିତିରେ, ଟପ-୨ ଦଳ ସହିତ ଶ୍ରେଷ୍ଠ-୮ ତୃତୀୟ ସ୍ଥାନ ଦଳ ଶେଷ-୩୨ ରାଉଣ୍ଡରେ ପହଞ୍ଚିବେ, ଯେଉଁଠାରୁ ନକ ଆଉଟ ପର୍ଯ୍ୟାୟ ଆରମ୍ଭ ହେବ ।

ନୂତନ ଫର୍ମାଟ ଅନୁଯାୟୀ ବର୍ତ୍ତମାନ ଫିଫା ବିଶ୍ୱକପରେ ମୋଟ ୧୦୪ ଟି ମ୍ୟାଚ ଖେଳାଯିବ। ଯେଉଁ ଦଳ ସେମିଫାଇନାଲ ଏବଂ ଫାଇନାଲରେ ପହଞ୍ଚିବା ଟିମ୍‌ ୮-୮ ମ୍ୟାଚ ଖେଳିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଫିଫା ବିଶ୍ୱକପରେ ୬୪ ଟି ମ୍ୟାଚ ଖେଳାଯାଉଥିଲା। ୧୯୯୮ ପରଠାରୁ, ୩୨ ଟି ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେଉଥିଲେ। ୧୯୯୮ ପୂର୍ବରୁ, ୨୪ ଟି ଦଳ ଫିଫା ବିଶ୍ୱକପରେ ଅଂଶଗ୍ରହଣ କରୁଥିଲେ ।

Share