Categories: ଖେଳ

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: କୁଏଟ୍‌କୁ ହରାଇଲା ଭାରତ

କୁଏଟ,୧୬ା୧୧ ୨୦୨୬ ଫୁଟବଲ ବିଶ୍ୱକପ ପାଇଁ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। କୁଏଟର ଅଲ ଅହମଦ ଜାବେର ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଭାରତ ୧-୦ ଗୋଲରେ ଜିତି ନେଇଛି। ଭାରତ ପକ୍ଷରୁ ମନଭିର ସିଂହ ୭୫ ମିନିଟରେ ବିଜୟ ସୂଚକ ଗୋଲଟି ସ୍କୋର କରିଥିଲେ।

ପ୍ରଥମ ମିନିଟରୁ କୁଏଟ୍‌ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲେ ମଧ୍ୟ ଭାରତୀୟ ଡିଫେଣ୍ଡର ସ୍କୋର କରିବାକୁ ସୁଯୋଗ ଦେଇ ନ ଥିଲେ। ପ୍ରଥମାର୍ଦ୍ଧରେ ଉଭୟ ଦଳ ସ୍କୋର କରିବାର ସୁଯୋଗ ପାଇଥିଲେ ହେଁ ଏହା ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧର୬୪ ତମ ମିନିଟରେ ମହେଶ ନାଓରେମ୍‌ଙ୍କ ସ୍ଥାନରେ ଲାଲିଆଞ୍ଜୁଲାଙ୍କୁ ସବଷ୍ଟିଚ୍ୟୁଟ୍‌ କରିଥିଲା ଭାରତ। ଏହାପରେ ଭାରତୀୟ ଆକ୍ରମଣ ଜୋରଦାର ହେବା ସହିତ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି ହୋଇଥିଲା।

୭୫ ମିନିଟରେ ଜେରୀଙ୍କ ପାଶ୍‌ ଓ ସୁନୀଲ ଛେତ୍ରୀଙ୍କ କ୍ରଶ୍‌ରୁ ମନଭିର ସିଂହ ଦେବା ସହିତ ଭାରତକୁ ୧-୦ରେ ଆଗୁଆ କରିଥିଲେ। ଅତିରିକ୍ତ ସମୟରେ ଫାଉଲ ମାରିବା କାରଣରୁ କୁଏଟର ଫୈଜଲ ଜାଇଦ୍‌ଙ୍କୁ ଦ୍ୱିତୀୟ ୟେଲୋ କାର୍ଡ ମିଳିଥିଲା ଓ ସେ ପଡିଆ ଛାଡିଥିଲେ। ଅନ୍ତିମ ୩ ମିନିଟ ଘରୋଇ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହି ବିଜୟ ସହ ଗ୍ରୁପ୍‌ ଏ ରେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

Share