Posted inଖେଳ

ଫିଫା ବିଶ୍ୱକପ୍‌ର ଡେଙ୍ଗା ଦଳ ସର୍ବିୟା

କାତାର,୨୨।୧୧: କ୍ରୀଡାରେ ଉଚ୍ଚତାର ବିଶେଷ ଭୂମିକା ରହିଥାଏ। ବକ୍ସିଂ ପରି ଖେଳରେ ଉଚ୍ଚତାକୁ ହିଁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଏ। ଫୁଟବଲରେ ଯଦିଓ ଉଚ୍ଚତା ଅପେକ୍ଷା ଦକ୍ଷତା ଗୁରୁତ୍ୱ ବହନ କରିଥାଏ୍‌ ତେବେ ଉଚ୍ଚତା ଅଧିକ ଥିଲେ ଏହା ପଡିଆର ଉଭୟ ପାର୍ଶ୍ୱରୁ ଦଳକୁ ଫାଇଦା ପ୍ରଦାନ କରିଥାଏ। ପୂର୍ବରୁ ଅନେକ ବିଶ୍ୱକପ୍‌ରେ ଏହାର ନଜିର ଦେଖିବାକୁ ମିଳିଛି। ପୁରୁଷ ଫୁଟ୍‌ବଲ ମହାକୁମ୍ଭ ବିଶ୍ୱକପ୍‌ କାତାରରେ ରବିବାର ଆରମ୍ଭ ହୋଇସାରିଛି। ଆସନ୍ତୁ ବିଶ୍ୱକପ୍‌ର ସବୁଠୁ ଡେଙ୍ଗା ଓ ଗେଡା ଖେଳାଳିଙ୍କ ଉପରେ ନଜର ପକାଇବା।
ଡେଙ୍ଗା ଖେଳାଳି: ଚଳିତ ବିଶ୍ୱକପ୍‌ରେ ସବୁଠୁ ଡେଙ୍ଗା ଖେଳାଳିଙ୍କ ମଧ୍ୟରେ ପ୍ରଥମ ୩ ସ୍ଥାନ ଉପରେ ଗୋଲକିପରମାନେ ହିଁ କବ୍‌ଜା କରିଛନ୍ତି। ଗୋଲକିପରଙ୍କ ଉଚ୍ଚତା ଅଧିକ ରହିବା ଦ୍ୱାରା ପୋଷ୍ଟର ଉଭୟ ପାର୍ଶ୍ୱକୁ ସହଜରେ ଡାଇଭ ମାରିପାରନ୍ତି। ନେଦରଲାଣ୍ଡ୍ସ ଦଳର ଗୋଲକିପର ରହିଥିବା ଆଣ୍ଡ୍ରିସ୍‌ ନୋପର୍ଟ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ନୋପର୍ଟଙ୍କ ଉଚ୍ଚତା ୨୦୩ ସେମି ରହିଛି । ୨୦୨ ସେମିର ଉଚ୍ଚତା ସହ ସର୍ବିୟାର ଭାଞ୍ଜା ମିଲିନକୋଭିକ୍‌ ସାଭିକ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦ ସେମିର ଉଚ୍ଚତା ସହିତ ବେଲଜିୟମର ଥିବାଉଟ କୋର୍ଟିଅସ୍‌ ତୃତୀୟ ସ୍ଥାନରେ ରହିଛନ୍ତି।
ଗେଡ଼ା ଖେଳାଳି: ମରକ୍କୋର ଇଲିଆସ୍‌ ଚେୟାର ଚଳିତ ବିଶ୍ୱକପ୍‌ର ସବୁଠୁ ଗେଡା ଖେଳାଳି ରହିଛନ୍ତି। କ୍ୱିନ୍ସ ପାର୍କର ରେଞ୍ଜରର ଆଟାକିଂ ମିଡ୍‌ଫିଲ୍ଡର ଇଲିଆସଙ୍କ ଉଚ୍ଚତା ୧୬୪ ସେମି ରହିଛି। ଜାପାନିଜ ଷ୍ଟ୍ରାଇକର ୟୁରି ସୋମାଙ୍କ ଉଚ୍ଚତା ୧୬୬ ସେମି ରହିଥିବା ବେଳେ ସେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଲେଜାଣ୍ଡ୍ରୋ ଗୋମେଜ(ଆର୍ଜେଣ୍ଟିନା), ୟୁରିଏଲ ଆଣ୍ଟୁନା(ମେକ୍ସିକୋ), ଆଣ୍ଡ୍ରେସ୍‌ ଗୁଆର୍ଡାଡୋ (ମେକ୍ସିକୋ) ଓ ନିକୋଲାସ ଡେ ଲା କ୍ରୁଜ୍‌ (ଉରୁଗୁଏ) ୧୬୭ ସେମିର ଉଚ୍ଚତା ସହିତ ମିଳିତ ଭାବରେ ୪ର୍ଥ ସ୍ଥାନରେ ରହିଛନ୍ତି।
ଡେଙ୍ଗା ଦଳ: ଦଳଗତ ହାରାହାରିକୁ ହିସାବକୁ ନେଲେ ୟୁରୋପୀୟ ଦଳଗୁଡିକ ଏହି ତାଲିକାରେ ନିଜର ଦବଦବା ବଜାୟ ରଖିଛନ୍ତି। ଟପ୍‌-୧୦ ମଧ୍ୟରେ ୮ଟି ଦଳ ୟୁରୋପ ମହାଦେଶରୁ ରହିଛନ୍ତି। ୧୮୭.୧ ସେମି ହାରାହାରି ଉଚ୍ଚତା ସହିତ ସର୍ବିୟା ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଡେନ୍‌ମାର୍କ(୧୮୬.୧ ସେମି) ଓ ଫ୍ରାନ୍ସ (୧୮୫.୪ ସେମି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ଅଣ ୟୁରୋପୀୟ ଦେଶ ମଧ୍ୟରେ ସେନେଗାଲ ଦଳର ହାରାହାରି ଉଚ୍ଚତା ସର୍ବାଧିକ ରହିଛି। ୧୮୪.୪ ସେମି ସହିତ ଏହା ଟପ୍‌ ଟେନ୍‌ରେ ସପ୍ତମ ସ୍ଥାନରେ ରହିଛି। ଉଚ୍ଚତା ଯଦିଓ ଏତେଟା ପ୍ରଭାବ ପକାଇ ନ ଥାଏ ତେବେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚଗୁଡିକରେ ଫରକ ନଜର ଆସିଥାଏ। ୨୦୧୮ ବିଶ୍ୱକପ୍‌ର ବେଲଜିୟମ ବନାମ ଜାପାନ କ୍ୱାର୍ଟର ଫାଇନାଲ ମୁକାବିଲା ଏହାର ଉଦାହରଣ। ବେଲ୍‌ଜିୟମ ଦଳରେ ରୋମେଲୁ ଲୁକାକୁ ଓ ମାରୌଆନେ ଫେଲାନିଙ୍କ ପରି ଖେଳାଳି ରହିଥିବା ବେଳେ ଲଙ୍ଗ ପାସ୍‌ ଦ୍ୱାରା କମ୍‌ ଉଚ୍ଚତା ବିଶିଷ୍ଟ ଜାପାନ ଦଳକୁ ଅସୁବିଧାରେ ପକାଇଥିଲେ।
ଗେଡ଼ା ଦଳ: କାତାର ବିଶ୍ୱକପ୍‌ରେ ସବୁଠାରୁ ଗେଡ଼ା ଦଳ ଭାବରେ ରହିଛି ମେକ୍ସିକୋ। ଉତ୍ତର ଆମେରିକା ଓ କାତାର ଦଳ ୧୭୮.୮ ସେମିର ଉଚ୍ଚତା ସହିତ ଏହି ତାଲିକାରେ ସବୁଠୁ ତଳେ ରହିଛନ୍ତି। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳର ହାରାହାରି ଉଚ୍ଚତା ୧୮୦ ସେମିରୁ ତଳେ ରହିଥିବା ବେଳେ ୟୁରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ସ୍ପେନ(୧୮୦.୯)ର ହାରାହାରି ଉଚ୍ଚତା ସର୍ବନିମ୍ନ ରହିଛି।
ମହାଦେଶୀୟ ଭିନ୍ନତା: ଫୁଟବଲ ଖେଳୁଥିବା ମହାଦେଶମାନଙ୍କ ମଧ୍ୟରେ ୟୁରୋପ ମହାଦେଶର ହାରାହାରି ଉଚ୍ଚତା ଅଧିକ ରହିଛି। କାତାର ବିଶ୍ୱକପ୍‌ରେ ୟୁରୋପ ମହାଦେଶୀୟ ଦଳମାନଙ୍କ ହାରାହାରି ଉଚ୍ଚତା ୧୮୩ ସେମି ରହିଛି। ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକର ହାରାହାରି ଉଚ୍ଚତା ୧୮୦.୯ ରହିଥିବା ବେଳେ ଉତ୍ତର ଆମେରିକୀୟ ଦେଶଗୁଡିକର ହାରାହାରି ଉଚ୍ଚତା ୧୮୦.୭ ସେମି ରହିଛି। ଏସିଆ ମହାଦେଶର ଦଳଗୁଡିକର ହାରାହାରି ଉଚ୍ଚତା ୧୮୧.୪ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri