Categories: ଖେଳ

ସୁଇଜରଲାଣ୍ଡର ବିଜୟୀରେ ଖୁସି ମନାଇପାରି ନ ଥିଲେ ଇମ୍ବୋଲା

କାତାର, ୨୪।୧୧: ବ୍ରିଲ ଇମ୍ବୋଲାଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ଚଳିତ ଫିଫା ବିଶ୍ୱକପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌ ‘ଜି’ ମ୍ୟାଚରେ ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି।

ମ୍ୟାଚର ୪୮ତମ ମିନିଟରେ ଇମ୍ବୋଲା ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ସୁଇଜରଲାଣ୍ଡ ବିଜୟୀ ହୋଇଥିଲେ ହେଁ ନିଜ ଗୋଲ ପାଇଁ ଖୁସି ମନାଇପାରି ନ ଥିଲେ ଇମ୍ବୋଲା। କାରଣ କାମେରୁନ ହେଉଛି ଇମ୍ବୋଲାଙ୍କ ଜନ୍ମସ୍ଥାନ। ସେ ଗୋଲ ଦେବା ପରେ ଖୁସିରେ ଦୌଡ଼ିବା ପରିବର୍ତ୍ତେ କ୍ଷମା ମାଗିବା ଭଳି ହାତ ଉପରକୁ ଉଠାଇଥିଲେ।

ସୂଚନା ଯୋଗ୍ୟ, ଇମ୍ବୋଲା ୫ ବର୍ଷର ହୋଇଥିବା ବେଳେ ପରିବାର ଲୋକଙ୍କ ସହ କାମେରୁନ ଛାଡ଼ିଥିଲେ। ପରେ ଫ୍ରାନ୍ସରେ କିଛି ବର୍ଷ ରହିବା ପରେ ସୁଇଜରଲାଣ୍ଡ ବାସିନ୍ଦା ହୋଇଥିଲେ। ୨୫ ବର୍ଷୀୟ ଏହି ଫରଓ୍ବାର୍ଡ ଦ୍ୱିତୀୟ ଥର ପାଇଁ ସୁଇଜରଲାଣ୍ଡକୁ ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରୁଛନ୍ତି। ସୁଇଜରଲାଣ୍ଡ ପରବର୍ତ୍ତୀ ମ୍ୟାଚ ସୋମବାର ବ୍ରାଜିଲକୁ ଭେଟିବ।

Share