Posted inଖେଳ

ଫିଫା ବିଶ୍ୱକପ ଉଦ୍‌ଘାଟନୀ ଝଲକ

ଦୋହା, ୨୧ା୧୧: କାତାରର ଅଲ୍‌ ବାୟଟ ଷ୍ଟାଡିୟମରେ ରବିବାର ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। କେ ପପ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ କିମ୍‌ ଜଙ୍ଗକୁକ୍‌ ଉଦ୍‌ଘାଟନୀ ସମାରୋହରେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲେ।

ମନ ମୋହିଲେ ଜଙ୍ଗକୁକ

କାତାର ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ମହା ସମାରୋହ ମଧ୍ୟରେ ଆୟୋଜିତ ହୋଇଛି। ଆୟାଜକ କାତାର ଓ ଇକ୍ୱେଡର ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଅଲ ବାୟଟ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେ ପପ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ କିମ୍‌ ଜଙ୍ଗକୁକ୍‌ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିବା ସହିତ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ୪ଟି ଭାଗରେ ଉଦ୍‌ଘାଟନୀ ସମାରୋହକୁ ବିଭକ୍ତ କରାଯାଇଥିଲା। ଓପନିଂ ସେରିମନି, ଚାଣ୍ଟ ଅଫ୍‌ ନେସନ୍ସ, ଓ୍ବାଲର୍‌ଡ କପ୍‌ ମେଡଲୀ ଓ ଜଙ୍ଗକୁକଙ୍କ ପ୍ରଦର୍ଶନକୁ ନେଇ ୪ ଭାଗରେ ବିଭକ୍ତ ହୋଇଥିଲା ଉଦ୍‌ଘାଟନୀ ସମାରୋହ। ଓପନିଂ ସେରିମନିରେ ଓସ୍କାର ବିଜେତା ଅଭିନେତା ମୋର୍ଗାନ୍‌ ଫ୍ରି ମ୍ୟାନ ଏକତା ଉପରେ ଏକକ ଅଭିନୟ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଅଭିନେତା ଘନିମ୍‌ ଅଲ ମୁଫ୍‌ତାହା ଓ ଡାନାଙ୍କ ସମେତ କିଛି କାତାରୀ ମହିଳା ଏବଂ ଓଟ ଚାଳକଙ୍କୁ ଏହି ଆକ୍ଟର ସାମିଲ କରାଯାଇଥିଲା।]

ଚାଣ୍ଟ ଅଫ୍‌ ନେସନ୍ସ: ମୋର୍ଗାନ ଫ୍ରି ମ୍ୟାନ୍‌ ପ୍ରଚ୍ଛଦପଟ୍ଟରେ ସୂତ୍ରଧର ରହିଥିବା ବେଳେ ୩୨ ଅଂଶଗ୍ରହଣକାରୀ ଦେଶର ଜାତୀୟ ପତାକାକୁ ଏଲ୍‌ଇଡି ଲାଇଟ ମାଧ୍ୟମରେ ଦେଖା ଯାଇଥିଲା। ବିଭିନ୍ନ ରାଷ୍ଟ୍ରରଏକତା ଉପରେ ଫ୍ରି ମ୍ୟାନ୍‌ ଅଭିନୟ କରିଥିଲେ। ଏହାପରେ ଖଣ୍ଡାଯୁଦ୍ଧ ସମ୍ବଳିତ ନୃତ୍ୟ ପରିବେଷଣ କରିଥିଲେ ସ୍ଥାନୀୟ କଳାକାର ଗ୍ରୁପ୍‌। ‘ପ୍ଲିଜ୍‌ ଡୋଣ୍ଟ ଟେକ୍‌ ମି ହୋମ୍‌’ ଓ ‘ଓଲେ ଓଲେ ଓଲେ’ରେ ମଧ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା।
ଓ୍ବାଲର୍‌ଡ କପ୍‌ ମେଡଲୀ : ଏହି ପର୍ଯ୍ୟାୟରେ ଚଳିତ ବିଶ୍ୱକପର ମାସ୍କଟ ଦର୍ଶକଙ୍କୁ ଆମୋଦିତ କରିଥିଲା। ଏହା ସହିତ ପୂର୍ବ ସଂସ୍କରଣର ବିଶ୍ୱକପ ଗୁଡିକର ମାସ୍କଟ ଗୁଡିକ ମଧ୍ୟ ଷ୍ଟେଜରେ ପ୍ରଦର୍ଶନ କରିଥିଲେ।
ଜଙ୍ଗକୁକ୍‌: କେ ପପ୍‌ ଷ୍ଟାର ତଥା ବିଟିଏସ୍‌ର ଅନ୍ୟତମ ସଦସ୍ୟ କିମ୍‌ ଜଙ୍ଗକୁକ୍‌ ରବିବାର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲେ। ୨୫ ବର୍ଷୀୟ ଜଙ୍ଗକୁକ୍‌ ବିଶ୍ୱକପର ଅଫିସିଆଲ୍‌ ସଙ୍ଗ ‘ଡ୍ରିମର୍ସ’ ଗାଇଥିଲେ। କାତାରୀ ଗାୟକ ଫହାଦ ଅଲ କୁବେଶୀ ମଧ୍ୟ ଜଙ୍ଗକୁକଙ୍କ ସହିତ ପ୍ରଦର୍ଶନ କରିଥିଲେ।
ଉଦ୍‌ଘାଟନୀ ସମାରୋହ ୩୫ ମିନିଟ ଧରି ଚାଲିବା ସହିତ ୮.୪୫ରେ ଶେଷ ହୋଇଥିଲା ଆରବ ଦୁନିଆର ଏକତ୍ରୀକରଣ ସନ୍ଦେଶ ପ୍ରଦାନ ଉଦ୍ଦେଶ୍ୟରେ ସାଉଦି ଆରବର ଯୁବରାଜ, ଇଜିପ୍ଟ ଓ ଆଲଜେରିଆ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଦେଶରେ ଅଶାନ୍ତି କାରଣରୁ ଇକ୍ୱେଡର ରାଷ୍ଟ୍ରପତି ଆସିନଥିବା ବେଳେ ଜାତିସଂଘ ମହାସଚିବ ମଧ୍ୟ ଉପସ୍ଥିତ ରହିଥିଲେ।

ଫ୍ୟାନ୍‌ ଫେଷ୍ଟିଭାଲରେ ୪୦ ହଜାର ଦର୍ଶକ

କାତାର ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ମହା ସମାରୋହ ମଧ୍ୟରେ ଅଲ ବାୟଟ ଷ୍ଟାଡିୟମରେ ଆୟୋଜିତ ହୋଇଛି। ସମାନ ସମୟରେ ଫିଫା ପକ୍ଷରୁ ଏକ ଫ୍ୟାନ ଫେଷ୍ଟ ମଧ୍ୟ ଆୟୋଜନ କରାଯାଇଛି। ରବିବାର ଅଲ ବିଡ୍ଡା ପାର୍କରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ୪୦ ହଜାରରୁ ଅଧିକ ଦର୍ଶକ ଯୋଗ ଦେଇଛନ୍ତି। ବଡ ସ୍କ୍ରିନରେ ଲାଇଭ୍‌ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳୁଥିବା ବେଳେ ଲାଇଭ ମ୍ୟୁଜିକ ସହିତ ଖାଦ୍ୟ ଓ ପାନୀୟର ବନ୍ଦୋବସ୍ତ ରହିଛି। ଷ୍ଟାଡିୟମରେ ଆଲକୋହଲ ପରିବେଷଣ ଉପରେ କଟକଣା ରହିଥିଲେ ହେଁ ଫ୍ୟାନ ଫେଷ୍ଟିଭାଲରେ ସବୁ ସୁବିଧା ପ୍ରଦାନ କରାଯିବ। ଏହି ଇଭେଣ୍ଟକୁ ଫିଫା ୨୦୨୨ର ହୃଦୟ ବୋଲି କହିଛନ୍ତି ଫିଫା ସଭାପତି ଜିଆନ୍ନି ଇନଫାଣ୍ଟିନୋ। ସମସ୍ତ ମ୍ୟାଚ ଦିନର ସନ୍ଧ୍ୟାରେ ଫ୍ୟାନ ଫେଷ୍ଟିଭାଲ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତର ଶକ୍ତି ବୃଦ୍ଧି: ଫ୍ରାନ୍ସ ଦେଲା ୨୬ ଯୁଦ୍ଧ ବିମାନ

ନୂଆଦିଳ୍ଲୀ,୨୮।୪: ଗୋଟିଏ ପଟେ, ଭାରତ ପହଲଗାମ ଆକ୍ରମଣର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ଏହା ସହିତ, ଭାରତ ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି...

ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

୧୦୦ ବିଶୃଙ୍ଖଳିତ ଭିସୁଟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୮।୪(ପ୍ରମୋଦ ବହିଦାର): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ହିରୋଧରେ ବିଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା...

ଭାରତକୁ ସହଯୋଗର ହାତ ବଢାଇଲା ପାକିସ୍ତାନର ଖାସ୍‌ ବନ୍ଧୁ: ଶେହବାଜ୍‌ ସରକାରଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୮।୪: ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ଏହାର ଘନିଷ୍ଠ ବନ୍ଧୁ ଆଜରବାଇଜାନ ଅହମ୍ମଦାବାଦକୁ ସିଧାସଳଖ ବିମାନ ସେବା ଆରମ୍ଭ କରି ଭାରତ ସହିତ ସମ୍ପର୍କକୁ...

ଡିପ୍ରେସନ୍‌ ଦୂର କରେ ଏସବୁ ଖାଦ୍ୟ…

ଶରୀରକୁ ସୁସ୍ଥ ଓ ମଜଭୁତ୍‌ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ଜିଉଛେ, ତାହା ଆମ ଖାଦ୍ୟ...

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

‘ଆତଙ୍କବାଦୀଙ୍କ ପାଖରେ ଏତେ ସମୟ ନ ଥିଲା ଯେ ସେମାନେ ଧର୍ମ ପଚାରି…’, କାହିଁକି ଏମିତି ବୟାନ ଦେଲେ କଂଗ୍ରେସ ନେତା?

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଲୋକଙ୍କ...

ସୁନାଠାରୁ ବି ଅଧିକ ମୂଲ୍ୟବାନ ଏହି ପରିବା

ହପ ସୁଟ ହେଉଛି ହପ ଗଛ (ହୁମୁଲସ ଲୁପୁଲସ) ଖାଦ୍ୟ ଉପଯୋଗୀ ଏବଂ ଔଷଧୀୟ ପ୍ରୟୋଗରେ ଏକ ମୂଲ୍ୟବାନ ଉପାଦାନ। ହପ ସୁଟ ଏହାର ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image