Categories: ଖେଳ

କଳିଙ୍ଗରେ ଫୁଟବଲ କ୍ରେଜ୍, ଟିକେଟ ପାଇଁ ଲମ୍ବା ଲାଇନ୍ ଲଗାଇଲେ କ୍ରୀଡ଼ାପ୍ରେମୀ

ଭୁବନେଶ୍ୱର,୧୮।୧୧: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମଙ୍ଗଳବାର ଦିନ ଭାରତ ଓ କତାର ମଧ୍ୟରେ ଫିଫା ବିଶ୍ୱକପ୍‌‌- ଏସୀୟ ଫୁଟବଲ ମହାସଂଘ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଅନୁଷ୍ଠିତ ହେବ। ଏହି ଖେଳ ଉପଭୋଗ କରିବା ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

ଭାରତୀୟ ଫୁଟବଲ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କର ଅଧିକାରୀ ମାନଙ୍କ ପକ୍ଷରୁ ବିମାନ ବନ୍ଦରରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଶ୍ୱ ଫୁଟବଲ ମାନ୍ୟତାରେ ଭାରତ ୧୦୨ ସ୍ଥାନରେ ଥିବାବେଳେ କତାର ୬୧ ନମ୍ବର ସ୍ଥାନରେ ରହିଛି।

ତେବେ ୨୦୨୬ ଫୁଟବଲ ବିଶ୍ୱକପ ପାଇଁ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚରେ ଭାରତ ଘରୋଇ ଟିମ୍ କୁଏଟକୁ ୦-୧ ଗୋଲରେ କରିଥିଲା। ଭାରତ ପକ୍ଷରୁ ମନଭିର ସିଂହ ୭୫ ମିନିଟରେ ବିଜୟ ସୂଚକ ଗୋଲଟି ସ୍କୋର କରିଥିଲେ।

 

Share