Posted inଜାତୀୟ

୧୫ ସିବିଆଇ ଅଫିସରଙ୍କୁ ମେଡାଲ

ନୂଆଦିଲ୍ଲୀ,୧୩।୮: ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ସିବିଆଇର ୧୫ ଜଣ ଅଫିସରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ମେଡାଲ ବିଜେତାଙ୍କ ମଧ୍ୟରେ ଅଛନ୍ତି ଡେପୁଟି ଏସ୍‌ପି ସୁରେନ୍ଦ୍ର କୁମାର ରୋହିଲା। ସେ ଆଲ୍ଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ତଦନ୍ତକାରୀ ଟିମ୍‌ରେ ମଧ୍ୟ ରୋହିଲା ରହିଥିଲେ। ସେହିପରି ସିବିଆଇ ଡିଏସ୍‌ପି ପ୍ରମୋଦ କୁମାର ମଧ୍ୟ ସମ୍ମାନିତ ହୋଇଛନ୍ତି। ସେ ୫୦ କୋଟି ଟଙ୍କା ଲାଞ୍ଚ କାରବାର ମାମଲାରେ ରେଲଓ୍ବେର ଅବସରପ୍ରାପ୍ତ ପ୍ରମୁଖ ମୁଖ୍ୟ ମେକାନିକାଲ ଇଞ୍ଜିନିୟର ଏ.କେ. କଥପାଲଙ୍କୁ ଗିରଫ କରିଥିଲେ। କଥପାଲଙ୍କ ଘରୁ ୨.୭୫ କୋଟି ନଗଦ ଟଙ୍କା ଓ ୨୩ କିଲୋଗ୍ରାମ ସୁନା ଜବତ ହୋଇଥିଲା। ସେହିପରି ନୌସେନାରେ ବଡ଼ ଧରଣର ଦୁର୍ନୀତିର ପର୍ଦ୍ଦାଫାସ କରିଥିବା ଡିଏସ୍‌ପି କୁମାର ଭାସ୍କରଙ୍କୁ ମେଡାଲରେ ସମ୍ମାନିତ କରାଯାଇଛି। ମେଡାଲ ପାଇଥିବା ଅନ୍ୟ ସିବିଆଇ ଅଫିସରଙ୍କ ମଧ୍ୟରେ ଅଛନ୍ତି ଡିଏସ୍‌ପି ସନ୍ଦିପସିଂ ସୁରେଶ ସିଂ ଭଦୋରିୟା, ହିମାଂଶୁ ଶାହ, ମହିଳା ଅଫିସର ଏମ୍‌. ଶଶିରେଖା, ଡିଏସ୍‌ପି ମନୋଜ କୁମାର, ଇନ୍ସପେକ୍ଟର ସାମ୍ଭାଜୀ ନିଭୃତ୍ତି ମୁର୍କୁଟେ, ଶ୍ରୀଧର ଡି, ସତ୍ୟବୀର, ସାଜି ସଙ୍କର ଏ.ଏସ., ଦୀପକ କୁମାର, ଅଞ୍ଜୁ କୁମାର, ଅମିତ ଅଓ୍ବଧେଶ ଶ୍ରୀବାସ୍ତବ ଏବଂ ପ୍ରଦୀପ କୁମାର ତ୍ରିପାଠୀ।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri