୧୫ ନେତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର,୮ା୭(ବ୍ୟୁରୋ)-ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ପୁଣି ଏକ ଅଦଳ ବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହିତ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି। ଏ ନେଇ ବିଜେଡି ପକ୍ଷରୁ ବୁଧବାର ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ନୃସିଂହ ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରିତିରଞ୍ଜନ ଘଡାଇ, ଅରୁଣ କୁମାର ସାହୁ, ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ପ୍ରତାପ ଜେନା, ନବର କିଶୋର ଦାସ, ରମେଶ ଚନ୍ଦ୍ର ମାଝି, ସରୋଜିନି ହେମ୍ବ୍ରମ, ଶଶୀଭୂଷଣ ବେହେରା ଏବଂ ସୁମିତ୍ରା ଜେନାଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେହି ନେତାମାନଙ୍କୁ ନବୀନ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି।
ନୃସିଂହ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଥିବା ବେଳେ ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂଦେଓ, ପ୍ରତିରଞ୍ଜନ ଘଡାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି। ସେହିପରି ଅରୁଣ ସାହୁ ଏବଂ ରୋହିତ ପୂଜାରୀଙ୍କୁ କଳା, ସଂସ୍କୃତି ଓ ମାନବସମ୍ବଳ ଦାୟିତ୍ୱ ଦିଆଯାଇଛି। ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନନ୍ଦ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡିଶା, ରମେଶ ମାଝି, ସରୋଜିନି ହେମ୍ବ୍ରମ ଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର, ଶଶୀ ଭୁଷଣ ବେହେରାଙ୍କୁ ମହିଳା ଶସକ୍ତିକରଣ ଓ ଅନୁସୂଚୀତ ଜାତି କଲ୍ୟାଣ ଏବଂ ସୁମିତ୍ରା ଜେନାଙ୍କୁ ମହିଳା ଶସକ୍ତିକରଣ ବ୍ୟାପାର ଦାୟିତ୍ୱ ପ୍ରଦାନ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନବୀନ ଜୁଲାଇ ୧ ତାରିଖରେ ୮ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ଏବଂ ୯ ଜଣଙ୍କୁ ଉପସଭାପତଙ୍କୁ ନିଯୁକ୍ତି ଦେଇ ଦାୟିତ୍ୱ ବଣ୍ଟନ କରିଥିଲେ।

Share