୧୫ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି, ଆମେରିକା ଗୁପ୍ତଚର ସଂସ୍ଥା ସୂଚନା…

ଓ୍ବାଶିଂଟନ,୨୧।୭ : ଆମେରିକା ଆକଳନ କରିଛି ଯେ ୟୁକ୍ରେନ-ରୁଷିଆ ଯୁଦ୍ଧରେ ଏପର୍ଯ୍ୟନ୍ତ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୫ ହଜାର ଲୋକ ଆହତ ହୋଇଛନ୍ତି। ଆମେରିକା ଗୁପ୍ତଚର ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସ ବୁଧବାର କହିଛନ୍ତି ଯେ କ୍ୱିଭ୍‌ରେ ମୃତ୍ୟୁ ସଂଖ୍ୟା କମ ନୁହେଁ। ଏହା ଅଧିକ ରହିଛି।

ରଏଟର୍ସରେ ପ୍ରକାଶିତ ଖବର ଅନୁଯାୟୀ କଲରୋଡୋରେ ଥିବା ଆସପେନ ସିକ୍ୟୁରିଟି ଫୋରମରେ ବର୍ନସ କହିଛନ୍ତି ଯେ ଆମେରିକାର ଗୁପ୍ତଚର ଆକଳନ ଅନୁଯାୟୀ ଯୁଦ୍ଧରେ ୧୫ ହଜାର ରୁଷିଆ ସୈନ୍ୟ ନିହତ ହୋଇଛନ୍ତି। ୟୁକ୍ରେନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ରୁଷିଆର ତୁଳନାତ୍ମକ ଭାବେ ଅଧିକ କ୍ଷତି ହୋଇଥିବା ସେ କହିଛନ୍ତି।

Share