ବିଶ୍ୱର ସମସ୍ତ ବିମାନ ବନ୍ଦର ଓ ପୋର୍ଟରେ ରୁଷିଆ ପାଇଁ ଲାଗୁ ପ୍ରତିବନ୍ଧକ: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୧ ।୩: ପୂର୍ବ ୟୁକ୍ରେନ ପଟୁ ଦେଶର ରାଜଧାନୀ କ୍ୱିଭରେ ପହଞ୍ଚି ସାରିଥିବା ରୁଷିଆ ସେନା ଲଗାତାର ଭାବେ ପଞ୍ଚମ ଦିନରେ ବି ଆକ୍ରମଣ ଜାରି ରଖିଛନ୍ତି । ରୁଷିଆକୁ ସାମ୍ନା କରିବାକୁ ୟୁକ୍ରେନ ପାଖରେ ସଂସାଧନର ଅଭାବ ଦେଖାଦେଲାଣି । ହେଲେ ୟୁଫେକ୍ରନବାସୀଙ୍କ ଅଦମ୍ୟ ସାହସ ଏପର୍ଯ୍ୟନ୍ତ ରୁଷିଆ ସହ ଲଢିବାକୁ ଶକ୍ତି ଯୋଗାଇଛି । ସୋମବାର ଉଭୟ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ଏହାପରେ ୟୁକ୍ରେନର ରାଜଧାନୀ କ୍ୱିଭରେ ଲଗାତାର ଭାବେ ବୋମା ଫୁଟିବାର ଶବ୍ଦ ଶୁଣିବାକୁ ମିଳିଛି ।
ୟୁକ୍ରେନର ଏଭଳି ସଙ୍କଟ ସମୟରେ ଆମେରିକା ମାନବୀୟ ସହାୟତା ଯୋଗଇଦେବା କଥା ଘୋଷଣା କରିବା ପରେ ଆଉ କିଛି ଦେଶ ବି ୟୁକ୍ରେନକୁ ସହଯୋଗର ହାତ ବଢାଇଛନ୍ତି । ଏପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମର ଜେଲନସ୍କି କହିଛନ୍ତି, ବିଶ୍ୱର ସମସ୍ତ ବିମାନବନ୍ଦର ଓ ପୋର୍ଟରେ ରୁଷିଆ ପାଇଁ ପ୍ରତିବନ୍ଧକ ଲଗାଯାଉ । ସୂଚନାଯୋଗ୍ୟ, ବିଶ୍ୱର କିଛି ଦେଶ ରୁଷିଆକୁ ସେମାନଙ୍କ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ।

Share