Categories: ଜାତୀୟ

ପ୍ରିନ୍ସପଲଙ୍କୁ ଫାଶୀ

ପାଟନା,୧୬।୨: ବିହାରର ପାଟନାରେ ଜଣେ  ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ମାମଲାରେ ପ୍ରିନ୍ସପଲଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ମାମଲାର ବିଚାର କରି ପୋକ୍ସୋର ସ୍ବତନ୍ତ୍ର ବିଚାରପତି ଅଓ୍ବଧେଶ କୁମାର ଏଭଳି ରାୟ ଦେଇଛନ୍ତି। ଏହା ସହିତ ପ୍ରିନ୍ସପଲ ଅରବିନ୍ଦ କୁମାରଙ୍କୁ ବିଚାରପତି ଏକ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଶିକ୍ଷକ ଅଭିଷେକ କୁମାରଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଫୁଲଓ୍ବାରି ଶରିଫ୍‌ ଅଞ୍ଚଳର ଏକ ସ୍କୁଲର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ୨୦୧୮ ସେପ୍ଟେମ୍ବରରେ ଗର୍ଭବତୀ ଥିବା ତାଙ୍କ ମାତାପିତା ଜାଣି ପାରିଥିଲେ। ଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ମାତାପିତାଙ୍କ ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

Share