ମୁମ୍ବାଇ,୨୨।୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୫ମ ଟେଷ୍ଟକୁ ବାତିଲ କରାଯାଇଥିଲା। ସେହି ମ୍ୟାଚ୍ ଆସନ୍ତା ବର୍ଷ ଜୁଲାଇରେ ଏଜବାଷ୍ଟନଠାରେ ଖେଳାଯିବ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ଚୁକ୍ତି ହେବା ପରେ ଜଣାପଡ଼ିଛି।
ଗତ ମାସରେ ଉକ୍ତ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବାର ଥିଲା। କିନ୍ତୁ ଭାରତୀୟ କ୍ୟାମ୍ପରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ମ୍ୟାଚ୍କୁ ବାତିଲ କରି ଦିଆଯାଇଥିଲା। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୨-୧ରେ ଭାରତ ସପକ୍ଷରେ ଅଛି।