Categories: ଜାତୀୟ

ଆଠ ବର୍ଷରେ ୫ ଥର ୟୁଏଇ ଗସ୍ତ କଲେଣି ମୋଦି

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ତାଙ୍କର ୟୁନାଟେଡ ଆରବ ଏମିସେଟ୍ସ(ୟୁଏଇ) ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ସମୟରେ ସେ ଭାରତୀୟ ମୁଦ୍ରା ଓ ଦିରହମ(ୟୁଏଇ ମୁଦ୍ରା)କାରବାର କରିବାକୁ ଘୋଷଣା କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ଆଶା ବ୍ୟକ୍ତ କରିଛନ୍ତି କି ଖୁବଶୀଘ୍ର ଭାରତ ଓ ଆରବ ଏମିରାଟ୍ସର ବ୍ୟବସାୟ ୮୫ ଅରବରୁ ବୃଦ୍ଧି ପାଇ ୧୦୦ ଅରବ ଡଲାର ହୋଇଯିବ।
ନିଜ ମୁଦ୍ରାରେ ଭାରତ ଏବଂ ୟୁଏଇ ମଧ୍ୟରେ ବ୍ୟବସାୟ କରିବାର ଘୋଷଣା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି।
ସୂଚନା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଭାରତ ଆରବ ଦେଶଗୁଡିକର ଅତି ନିକଟତର ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଅନ୍ୟତମ ଦେଶ, ଯେଉଁଠାରେ ପ୍ରଧାନମନ୍ତ୍ରୀ ୧୫ ଜୁଲାଇରେ ପହଞ୍ଚିଥିଲେ।
୨୦୧୪ରୁ ଯେତେବେଳେ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ସେତେବେଳେରୁ ଆଜି ପର୍ଯ୍ୟନ୍ତ ଏହା ହେଉଛି ତାଙ୍କର ୟୁଏଇ ଗସ୍ତର ପଞ୍ଚମ ଥର। ଗତ ବର୍ଷ ୟୁଏଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତା’ର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଥାତ୍‌ ଅର୍ଡର ଅଫ ଜାଏଦ ପ୍ରଦାନ କରିଥିଲା। ଏବେ ମୋଦିଙ୍କ ୟୁଏଇ ଗସ୍ତକୁ ନେଇ ପ୍ରଶ୍ନ ଉଠୁଛି ଯେ ସେ ବାରମ୍ବାର ଆରବ ଦେଶକୁ ଯାଉଛନ୍ତି ଏବଂ ଏଥିରୁ ଭାରତ କିପରି ଉପକୃତ ହୋଇପାରିବ।

Share