୫୫ ପ୍ରତିଶତ ପରିବାରଙ୍କୁ ମିଳୁଛି ଦୁଇବେଳା ଖାଦ୍ୟ

ନୂଆଦିଲ୍ଲୀ, ୨୦।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଅନ୍‌ଲକ୍‌ର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଜାରି ରହିଛି। ତେବେ ବି କାମ ଧନ୍ଦାର ଘୋର ଅଭାବ ଯୋଗୁ ଦେଶର ଗରିବଙ୍କ ଭାଗ୍ୟରେ ଦିନକୁ ଦୁଇବେଳା ଦୁଇମୁଠା ଖାଦ୍ୟ ଜୁଟୁନି। କରୋନା ସଙ୍କଟ ସମୟରେ ଦେଶର କେବଳ ୫୫.୧ ପ୍ରତିଶତ ପରିବାରଙ୍କୁ ଦୁଇବେଳା ଖାଦ୍ୟ ମିଳୁଛି। ଏନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଓ୍ବାଲର୍‌ଡ ଭିଜନ ଏସିଆ ପାସିଫିକ୍‌ ପକ୍ଷରୁ ଏହି ସର୍ଭେ କରାଯାଇଛି। ସର୍ଭେରେ ୫ ହଜାର ୫୬୮ ପରିବାରକୁ ସାମିଲ୍‌ କରାଯାଇଥିଲା। କରୋନା ମହାମାରୀ ସମୟରେ ସେମାନଙ୍କର ଜୀବନ ଶୈଳୀ ଉପରେ ଅଧ୍ୟୟନ କରାଯାଇଥିଲା। ଗ୍ରାମୀଣ ଅଞ୍ଚଳରେ ଦୁଇବେଳା ଖାଇବାକୁ ପାଉ ନ ଥିବା ଗରିବଙ୍କ ସଂଖ୍ୟା ଅଧିକ ରହିଛି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Share