Categories: ଜାତୀୟ

ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀ ହେବେ ମୁକ୍ତ

ବିଜୟଓ୍ବାଡା,୭।୧୧: ଆନ୍ଧ୍ରପ୍ରଦେଶ ସରକାର ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀଙ୍କୁ ମୁକ୍ତ କରିବା ଲାଗି ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ଜେଲ୍‌ରେ ଏହି ମହିଳା କଏଦୀଙ୍କୁ ଚଳିତ ସପ୍ତାହରେ ମୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ମେକାଥୋଟି ସୁଚରିଥା ସୂଚନା ଦେଇଛନ୍ତି। ୫ ବର୍ଷ ଜେଲ ଦଣ୍ଡ ଭୋଗୀ ସାରିଥିବା ଏହି କଏଦୀମାନଙ୍କୁ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆଧାରରେ ମୁକ୍ତ କରାଯିବ। ସମ୍ପ୍ରତି ରାଜ୍ୟରେ ୧୪୭ ଜଣ ମହିଳା କଏଦୀ ଆଜୀବନ କାରାଦଣ୍ଡ ଭୋଗୁଥିବା ସେ କହିଛନ୍ତି।

Share