Categories: ଜାତୀୟ

ବିମାନରେ ଦମ୍ପତିଙ୍କ ମଧ୍ୟରେ ଝଗଡା: ବିମାନବନ୍ଦରରେ ଜରୁରୀକାଳିନ ଅବତରଣ

ନୂଆଦିଲ୍ଲୀ,୩୦।୧୧: ମ୍ୟୁନିକ ଏବଂ ବ୍ୟାଙ୍କକ ମଧ୍ୟରେ ଉଡ଼ୁଥିବା ଲୁଫଥାନ୍ସ ବିମାନରେ ଏକ ଅଭାବନୀୟ ଘଟଣା ଘଟିଛି। ବିମାନରେ ଥିବା ଏକ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେଯେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା।
ଲୁଫଥାନ୍ସ ବିମାନ(ନମ୍ବର-LH 772)କୁ ସକାଳ ୧୦.୨୬ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରେ ଅବତରଣ କରିବାକୁ ପଡିଥିଲା। ଏହାପୂର୍ବରୁ ବିମାନର ପାଇଲଟ ଏଟିସି ସହିତ ଯୋଗାଯୋଗ କରି ସେମାନଙ୍କୁ ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଏକ ଘଣ୍ଟାରୁ ଅଧିକ ବିଳମ୍ବ ପରେ ବିମାନ ବ୍ୟାଙ୍କକ୍‌ ଅଭିମୁଖେ ଯାତ୍ରା କଲା।
ସୂତ୍ରରୁ ପ୍ରକାଶ ଯେ ବିମାନରେ ଥିବା ଜଣେ ଜର୍ମାନ ବ୍ୟକ୍ତି ତାଙ୍କ ଥାଇଲାଣ୍ଡ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପରେ ବିମାନର ଅବସ୍ଥା ବିଗିଡି ଯାଇଥିଲା, ପରେ ବିମାନଟି ଆଇଜି ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲା।

Share