ଚେନ୍ନାଇ,୯।୨:ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍ର ଚତୁର୍ଥ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଭାରତୀୟ ଡ୍ରେସିଂ ରୁମ୍ର ବୋଲି ଜଣାପଡିଛି। କୋଚ ରବି ଶାସ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ବୋଲର୍ ମହମ୍ମଦ ସିରାଜ ସାଥୀ ଖେଳାଳି କୁଳଦୀପଙ୍କ ବେକକୁ ଟାଣି ଆଣୁଥିବା ଭିଡିଓରେ ଦେଖାଯାଇଛି। ତେବେ ଉଭୟଙ୍କ ମଧ୍ୟରେ ଝଗଡା ନା ମଜା କରିବା ପାଇଁ ଏଭଳି କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ଉଭୟ ଖେଳାଳି ଚେନ୍ନାଇ ଟେଷ୍ଟ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି।