ଦୁଇ ପରିବାର ମଧ୍ୟରେ ମାରପିଟ: ୧ ମୃତ, ୪ ଆହତ

ବଲାଙ୍ଗୀର,୫।୩:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଠଗାଁରେ ଦୁଇ ପରିବାର ମଧ୍ୟରେ ମାରପିଟ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମଙ୍ଗଳବାର ରାତିରେ ଅଠଗାଁର ଦୁଇ ପଡୋଶୀ ବାଗ ପରିବାର ଓ ରଣା ପରିବାର ଭିତରେ ମାଡିପିଟ ହୋଇଥିଲା। ରଣା ପରିବାରର ସଦସ୍ୟମାନେ ବାଗ ପରିବାର ଉପରେ ଆକ୍ରମଣ କରିଥିଲେ। ୪୦ ବର୍ଷୀୟ ଶ୍ୟାମ ବାଗଙ୍କୁ ପଥର ଓ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ। ଏହା ସହିତ ଶ୍ୟାମ ବାଗଙ୍କ ମା’ ଓ ବାପାଙ୍କୁ ବି ନିରଧୂମ ମାଡ଼ ମାରିଥିଲେ । ଅନ୍ୟପଟେ ବାଗ ପରିବାର ସଦସ୍ୟଙ୍କ ପାଲଟା ଆକ୍ରମଣରେ ରଣା ପରିବାରର ମାଁ ପୁଅ ଗୁରୁତର ହୋଇଛନ୍ତ। ଚାରିଜଣ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭତ୍ତର୍ତ କରାଯାଇଥିଲା। ବାଗ ପାରିବାରର ଦୁଇ ଜଣ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଥିବା ଜଣାପଡ଼ିଛି। ବାଳଗୋପାଳ ରଣା (୨୮) ଓ ତ୍ରିପୁରା ରଣା (୫୦) ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଣିଗାରେଡ଼ିରୁ ଉଭୟ ପରିବାର ମଧ୍ୟରେ ମାରପିଟ ହୋଇଥିବା ଆଲୋଚନା ହେଉଛି। ତୁଷୁରା ପୋଲିସ ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ

ଛତ୍ରପୁର,୧୮।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ ଗଞ୍ଜାମ ଜିଲା ପକ୍ଷରୁ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ ଅଫିସ ସମ୍ମୁଖରେ ୧୦ ଦଫା...

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ା୩: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ...

ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ...

ଭାଲୁ ଆବୁଡ଼ରେ ପଡ଼ିଗଲେ ୨ ମହିଳା

ଦେବଗଡ଼,୧୮।୩(ଶାଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଳେଇବଣି ବ୍ଳକ ଲଇମୁରା ଫରେଷ୍ଟ ସେକ୍ସନରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ମଙ୍ଗଳବାର ୨ଜଣ ମହିଳା...

ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ

ସାବରଙ୍ଗ,୧୮।୩(କାଳିପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଡିହମଳିକ ସାହିରେ ଘଟିଛି ଏକ ଲଜ୍ଜା ଜନକ ଘଟଣା। ଜଣେ ଶିକ୍ଷକ ଗ୍ରାମର...

ଅନାସ୍ଥା ଭୋଟ ନ ହେବା ଘଟଣା: ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ୱାର୍ଡ ସଭ୍ୟାସଭ୍ୟଙ୍କ ବିକ୍ଷୋଭ, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧୮।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ସମ୍ପର୍କରେ ଆଲୋଚନା ଓ ଗୁପ୍ତ ଭୋଟ ପାଇଁ...

ବନ ବିଭାଗର ବଡ଼ ପଦକ୍ଷେପ: ଜଙ୍ଗଲ ନିଆଁ ରୋକିବ…

ଭୁବନେଶ୍ୱର,୧୮।୩: ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର...

୨୧ରୁ କନ୍ଧମାଳ ମହୋତ୍ସବ : ରାଇକିଆରେ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ

ରାଇକିଆ,୧୮।୩(ପ୍ରଦୀପ ବେହେରା): ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା କନ୍ଧମାଳ ମହୋତ୍ସବ ଅବସରରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ବ୍ଲକ ପ୍ରଶାସନ ତରଫରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image