ବଲାଙ୍ଗୀର,୫।୩:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଠଗାଁରେ ଦୁଇ ପରିବାର ମଧ୍ୟରେ ମାରପିଟ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମଙ୍ଗଳବାର ରାତିରେ ଅଠଗାଁର ଦୁଇ ପଡୋଶୀ ବାଗ ପରିବାର ଓ ରଣା ପରିବାର ଭିତରେ ମାଡିପିଟ ହୋଇଥିଲା। ରଣା ପରିବାରର ସଦସ୍ୟମାନେ ବାଗ ପରିବାର ଉପରେ ଆକ୍ରମଣ କରିଥିଲେ। ୪୦ ବର୍ଷୀୟ ଶ୍ୟାମ ବାଗଙ୍କୁ ପଥର ଓ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ। ଏହା ସହିତ ଶ୍ୟାମ ବାଗଙ୍କ ମା’ ଓ ବାପାଙ୍କୁ ବି ନିରଧୂମ ମାଡ଼ ମାରିଥିଲେ । ଅନ୍ୟପଟେ ବାଗ ପରିବାର ସଦସ୍ୟଙ୍କ ପାଲଟା ଆକ୍ରମଣରେ ରଣା ପରିବାରର ମାଁ ପୁଅ ଗୁରୁତର ହୋଇଛନ୍ତ। ଚାରିଜଣ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭତ୍ତର୍ତ କରାଯାଇଥିଲା। ବାଗ ପାରିବାରର ଦୁଇ ଜଣ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଥିବା ଜଣାପଡ଼ିଛି। ବାଳଗୋପାଳ ରଣା (୨୮) ଓ ତ୍ରିପୁରା ରଣା (୫୦) ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଣିଗାରେଡ଼ିରୁ ଉଭୟ ପରିବାର ମଧ୍ୟରେ ମାରପିଟ ହୋଇଥିବା ଆଲୋଚନା ହେଉଛି। ତୁଷୁରା ପୋଲିସ ତଦନ୍ତ ଜାରି ରଖିଛି ।