ବିବାହ ଭୋଜିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ

ହିଞ୍ଜିଳିକାଟୁ,୯ା୨(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଗୁରୁବାର ସକାଳେ ଏକ ବିବାହ ଭୋଜିରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ ହେଲେ ପ୍ରମୋଦ ପୋଲାଇ। ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁତର ଆହତ ପ୍ରମୋଦଙ୍କ ପତ୍ନୀ ବବି ପୋଲାଇ, ଗ୍ରାମର ସୁଧାକର ପୋଲାଇ ଓ ଭିକୁ ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଛି। ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Share