ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ ସ୍ବାଧୀନ ଭାବେ ଲଢ଼ୁଛନ୍ତି। ନିଆରା ଢଙ୍ଗରେ ଗଳିକନ୍ଦି ବୁଲି ପ୍ରଚାର କରୁଛନ୍ତି। ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ସବୁଦିନ ବ୍ୟବହାର କରୁଥିବା ବୁଲେଟ୍‌। ଆଗରେ ପ୍ରଚାର ଯନ୍ତ୍ର ଓ ପଛରେ ପ୍ରଚାରପତ୍ର ରହିଥିବା ଏକ ବାକ୍ସ ରହିଛି। ତା’ ସହିତ ନିର୍ବାଚନୀ ଚିହ୍ନ ହୁଇସିଲ ବାଣ୍ଟି ଜନତାଙ୍କ ସମର୍ଥନ ଲୋଡ଼ୁଥିବା ତ୍ରିପାଠୀଙ୍କ ସହ ଧରିତ୍ରୀ ପକ୍ଷରୁ ସଂକ୍ଷିପ୍ତ ବାର୍ତ୍ତାଳାପ…

ହୋଇ ରାଜନୀତିକୁ ଆସିବାର କାରଣ?
ମୋ ଲଢ଼େଇ ରାଜନୈତିକ ଲଢ଼େଇ ନୁହେଁ, ନ୍ୟାୟ ପାଇଁ ଲଢ଼େଇ। ପୁରୁଷ ସମାଜ, ପାରିବାରିକ ଓ ସାମାଜିକସ୍ତରରେ ନିର୍ଯାତିତ ତଥା ନ୍ୟାୟ ପାଇଁ କୋର୍ଟ କଚେରି ଦୌଡ଼ିଦୌଡି ନିରାଶ ହେଉଥିବା ବରିଷ୍ଠ ନାଗରିକ, ସିଭିଲ୍‌ ସର୍ଭିସ୍‌ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାଦେବାକୁ ଚାହଁୁଥିବା ଛାତ୍ରୀଛାତ୍ରଙ୍କୁ ମାଗଣା କୋଚିଂ ମାଧ୍ୟମରେ ସେମାନଙ୍କ ଦକ୍ଷତାକୁ ନ୍ୟାୟ ଦେବା ପାଇଁ ନିର୍ବାଚନ ଲଢ଼ୁଛି।

ପ୍ରସଙ୍ଗ କ’ଣ ରହିଛି?
୮ଟି ନିର୍ବାଚନୀ ପ୍ରସଙ୍ଗ ମଧ୍ୟରୁ ମୁଖ୍ୟ ପ୍ରସଙ୍ଗ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବି। ରାଜଧାନୀର ବଡ଼ ବଡ଼ ଶିକ୍ଷାନୁଷ୍ଠାନର ପ୍ରତିଟି କ୍ଲାସର ପାଠପଢ଼ା ରେକର୍ଡ କରିବା ବ୍ୟବସ୍ଥା କରିବି। ଫଳରେ ଦୂରଦୂରାନ୍ତରୁ ଝିଅମାନେ ଏଠାକୁ ନ ଆସି ଏଠାରେ ପଢ଼ାଯାଉଥିବା ପାଠ ନିଜ ନିଜ ଅଞ୍ଚଳରେ ଉପଲବ୍ଧ କରିପାରିବେ। ଜୟଦେବ ବିହାର-ନନ୍ଦନକାନନ ରୋଡ୍‌ରେ ଓଭରବ୍ରିଜ୍‌ ପାଇଁ ପଦକ୍ଷେପ ନେବି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମଦ୍ୟପମାନେ ମାସିକ ୧୨ଲିଟରରୁ ଅଧିକ ମଦ ନ କିଣିପାରିବା ପାଇଁ ଏକ ସ୍ମାର୍ଟ କାର୍ଡ ବ୍ୟବସ୍ଥା କରାଯିବ। ମଦ ଛାଡ଼ିବାକୁ ଚାହୁଁଥିତ୍ବା ବ୍ୟକ୍ତିଙ୍କୁ ମାଗଣାରେ ନିଶାନିବାରଣ କେନ୍ଦ୍ରରେ ରଖାଯିବ। ମଦ୍ୟପଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯିବ।

ଗୋଷ୍ଠୀର ଭୋଟର ସର୍ବାଧିକ ସମର୍ଥନ ଦେବେ ଭାବୁଛନ୍ତି?
ନ୍ୟାୟ ଆଶାରେ ଥିବା ସବୁ ଭୋଟର ସମର୍ଥନ ଦେବେ।

ତୁଳନାରେ ଏଥର ନିର୍ବାଚନକୁ କିପରି ଦେଖୁଛନ୍ତି?
ଗତଥର ତୁଳନାରେ ମତଦାନ ହାର ନିଶ୍ଚିତ ଭାବରେ ବଢ଼ିବ ବୋଲି ଆଶା କରୁଛି।

କିପରି ଆକର୍ଷିତ କରିବେ?
ଘରୋଇ ସହାୟିକା/ସହାୟକଙ୍କ ପାଇଁ ଏକ ଆୟୋଗ ଗଠନ କରାଯିବ । ସେମାନଙ୍କୁ ପରିଚୟ ପତ୍ର ମିଳିବ। କ୍ଷୁଦ୍ର ବ୍ୟବସାୟୀଙ୍କୁ ପରିଚୟ ପତ୍ର ମିଳିବ। ଛାତ୍ରୀଛାତ୍ର ଅଥବା ବରିଷ୍ଠ ନାଗରିକ ସମସ୍ତଙ୍କ ପାଇଁ କିଛି ନୂଆ ଯୋଜନା ରହିଛି। ତେଣୁ ସମସ୍ତେ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ କରୁଛନ୍ତି।

ଦଳ ସହ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ?
ଉତ୍ତର ନିର୍ବାଚନମଣ୍ଡଳୀରେ ୧୦ରୁ ଅଧିକ ପ୍ରାର୍ଥୀ ଅଛନ୍ତି। ମାତ୍ର ଗୋଟିଏ ଭୋଟରେ ହେଉ ପଛେ ବିଜୟ ସୁନିଶ୍ଚିତ।

Share