Categories: ଜାତୀୟ

୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଜାରି ରହିଛି ଲଢ଼େଇ

ମିର୍ଜାପୁର,୨୧।୧: ଉତ୍ତରପ୍ରଦେଶ ମିର୍ଜାପୁରରେ ୫୬ ବର୍ଷ ବୟସ୍କ ଭୋଲା ସିଂ ଗତ ୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଲଢ଼େଇ ଜାରି ରଖିଛନ୍ତି। ମୁଁ ଜୀବିତ, ଜଣେ ମଣିଷ,ଭୂତ ନୁହେଁ ଲେଖାଥିବା ପୋଷ୍ଟର ଧରି ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣାରେ ବସିଛନ୍ତି। ସଦର ତହସିଲ୍‌ର ଆମେି ଗାଁ ବାସିନ୍ଦା ଭୋଲାଙ୍କ ପରିବାର ଏବଂ ବନ୍ଧୁବାନ୍ଧବ ସମ୍ପତ୍ତି ଲୋଭରେ ସରକାରୀ କାଗଜ ପତ୍ରରେ ମୃତ ବୋଲି ଦର୍ଶାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା। ଭୋଲାଙ୍କୁ ଶ୍ୟାମ ନାରାୟଣ ଭାବେ ଚିହ୍ନଟ କରାଯାଇଥିଲା। ତଦନ୍ତ ସମୟରେ ଭୋଲାଙ୍କ ପରିବାର ସଦସ୍ୟ ତାଙ୍କୁ ଚିହ୍ନି ନ ଥିବା କହିଥିଲେ। ଏବେ ଭୋଲାଙ୍କର ଡିଏନ୍‌ଏ ପରୀକ୍ଷା କରାଯିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରୁ ଭୋଲାଙ୍କ ଦାବିର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Share