
ହିଞ୍ଜିଳିକାଟୁ, ୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଗ୍ରାମରେ ଦଣ୍ଡନାଚ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମର ଲିଙ୍କୁ ନାହାକ ଓ ଅମନ ନାହାକ। ଅନ୍ୟ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତା ଓ ଦଣ୍ଡନାଚରେ କଥା କଟାକଟି ହେବାରୁ ଏପରି ଘଟିଛି। ଶନିବାର ରାତିରେ ଓମ ନାହାକ, ଲିଙ୍କୁ ନାହାକ ଓ ଅମନ ନାହାକ ହିଞ୍ଜିଳି ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଆସିଥିଲେ। ଦଣ୍ଡନାଚ ସ୍ଥଳରେ ହିଞ୍ଜିଳି ଥାନା ବୁରୁପୋଡ଼ା ଗ୍ରାମର କିଛି ଯୁବକ ଉପସ୍ଥିତ ଥିଲେ। ସେମାନଙ୍କ ସହ ଲିଙ୍କୁ ଓ ଅମନଙ୍କର ଦଣ୍ଡନାଚ ସ୍ଥଳରେ ପାଟିତୁଣ୍ଡ ଓ ହାତାହାତି ହୋଇଥିଲା। ବୁରୁପୋଡା ଅଞ୍ଚଳର ୪ ଜଣ ଯୁବକଙ୍କ ଆକ୍ରମଣରେ ଲିଙ୍କୁ ଓ ଅମନ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟ ପକ୍ଷରେ ଏହି ଘଟଣା ପରେ ହିଞ୍ଜିଳି ଥାନାରେ କେଶ ନଂ. ୨୯୦/୨୫ ଓ କେସ ନଂ. ୨୯୩/୨୫ ରେ ଉଭୟ ପକ୍ଷରୁ ପରସ୍ପର ବିରୋଧୀ ମାମଲା ରୁଜୁ ହୋଇଛି।