ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ,ଆମେରିକାର ଦେଲା ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧୧ : ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ରାସ୍ତା ସଫା ହୋଇଛି। ବାସ୍ତବରେ ଆମେରିକା ଏହି ସମ୍ବନ୍ଧୀୟ ସମସ୍ତ ଆବଦେନକୁ ଅନୁମୋଦନ ଦେଇଛି।

ଆମେରିକାର କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ’ଏଲସିଏ ମାର୍କ ୨ ଇଞ୍ଜିନ ଏବଂ ସ୍ବଦେଶୀ ଆଡଭାନ୍ସ ମିଡିୟମ କମ୍ବାଟ ବିମାନର ପ୍ରଥମ ଦୁଇଟି ସ୍କ୍ବାଡ୍ରନ ପ୍ରସ୍ତୁତ କରାଯିବ ବୋଲି ଡିଆରଡିଏ ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ କହିଛନ୍ତି। ଆମେରିକା ଏହି ସମ୍ବନ୍ଧୀୟ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ଦେଇଛି।

Share