Categories: ଜାତୀୟ

ଲଦାଖରେ ମୁତୟନ ହେଲା ହାଲ୍‌ ଯୁଦ୍ଧବିମାନ

ନୂଆଦିଲ୍ଲୀ, ୧୩।୮: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ଦୁଇଟି ହାଲୁକା ଲଢ଼ୁଆ ହେଲିକପ୍ଟର (ଏଲ୍‌ସିଏଚ୍‌)କୁ ଲଦାଖ ସେକ୍ଟରରେ ମୁତୟନ କରାଯାଇଛି। ଚାଇନା ସହ ସୀମାବିବାଦ ଲାଗି ରହିଥିବାବେଳେ ଉକ୍ତ ହେଲିକପ୍ଟର ଭାରତୀୟ ବାୟୁସେନାକୁ ତ୍ୱରିତ୍‌ ସହାୟତା ଯୋଗାଇଦେବ ବୋଲି ହାଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହା ବିଶ୍ୱର ସବୁଠୁ ହାଲୁକା ଲଢ଼ୁଆ ହେଲିକପ୍ଟର। ଆତ୍ମନିର୍ଭର ଭାରତରେ ହାଲ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହାର ଅଧ୍ୟକ୍ଷ ଆର୍‌. ମାଧବନ କହିଛନ୍ତି। ବାୟୁସେନା ଓ ସ୍ଥଳସେନା ୧୬୦ ଏଲ୍‌ସିଏଚ୍‌ ଆବଶ୍ୟକ କରୁଥିବାବେଳେ ହାଲ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଯୋଗାଇଦେବ।

Share