‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’

ଥୁଆମୂଳ ରାମପୁର,୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ କେରପାଇ ପଞ୍ଚାୟତ କୁଟ୍ରୁ ମାଳି ପାହାଡ଼ରେ ରବିବାର ଏକ ସଂଗ୍ରାମୀ ସଭା ଅନୁଷ୍ଠିତ ହୋଇଯାଇଛି l ସଭାକୁ ହୀରାମଲ ନାଏକ ଓ ପୂଜାରୀ ମାଝୀ ଆୟୋଜନ କରିଥିବା ବେଳେ କାନ୍ତିଲାଲ ନାଏକ ଓ ଜଳେଶ୍ୱର ନାଏକ ପ୍ରମୁଖ ସହଯୋଗ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ନିୟମଗିରୀ ସଂଘଠନର ସଦସ୍ୟ ରାଜକିଶୋର ସୁନାନୀ ଓ ଛଦ୍ମବିର ଉପେନ୍ଦ୍ର ଦ୍ରାବିଡ଼ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ପ୍ରାୟ ୧୫ଶହରୁ ଊର୍ଦ୍ଧ କୁଟ୍ରୁମାଳି, ମାଞ୍ଜୀଙ୍ଗ ମାଳି, ସିଜି ମାଳି ପ୍ରଭାବିତ ଅଞ୍ଚଳବାସୀ ଓ ସଂଗ୍ରାମୀ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ପବିତ୍ର ରଜ ଉତ୍ସବର ଶେଷ ଦିନରେ ସମସ୍ତେ ଏକାଠି ହୋଇ ମା’ ମାଟିର ରକ୍ଷା କରିବାକୁ ଶପଥ ନେଇଥିଲେ। ଏଥିରେ ମା’ ମାଟି ସୁରକ୍ଷା ମଞ୍ଚ, କଳାହାଣ୍ଡି ଓ ରାୟଗଡ଼ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଆଲୋଚନାରେ ଆଦାନୀ ହେଉକି ଅମ୍ବାନୀ କୌଣସି କମ୍ପାନୀ ହାତରେ ଭିଟା ମାଟିକୁ ଟେକି ଦେବୁ ନାହିଁ କି ଅଞ୍ଚଳରେ ପୂରାଇ ଦେବୁ ନାହିଁ ବୋଲି ମତପ୍ରକାଶ ପାଇଥିଲା।

ସୂଚନା ଯୋଗ୍ୟ, ରବିବାର ଆଦାନୀ କମ୍ପାନୀର କର୍ମଚାରୀ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ସର୍ଭେ କାମ କରିବା ସହ ଭୂମି ପୂଜନ କାମ କରିବ ବୋଲି ଖବର ମିଳିଥିଲା। ଏହାକୁ ବିରୋଧ କରି ସଂଗ୍ରାମୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’ ବୋଲି ସଭାରେ ଉପସ୍ଥିତି ଜନସାଧାରଣ ରଣହୁଙ୍କାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri