ସେନା ଭୂମିକାରେ ଦୀପିକା

ମୁମ୍ବାଇ: ବଲିଉଡର ଫେମଶ ଫିଲ୍ମ ମେକର ସିଦ୍ଧାର୍ଥ ଆନନ୍ଦ ଖୁବଶୀଘ୍ର ତାଙ୍କ ମୁଭି ‘ଫାଇଟର’କୁ ନେଇ ଆସିବାକୁ ଯୋଜନା କରୁଛନ୍ତି। ଏଥର ଆନନ୍ଦ ସହ ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ କାମ କରୁଛନ୍ତି। ଉଭୟଙ୍କ ଯୋଡି ସର୍ବଦା କମାଲ କରିଥାଆନ୍ତି। ଏହାପୂର୍ବରୁ ଉଭୟ ବ୍ୟାଙ୍ଗ-ବ୍ୟାଙ୍ଗ ଏବଂ ଓ୍ବାରରେ ଏକାଠି କାମ କରିଥିଲେ। ସ୍ବାଧିନତା ଦିବସ ଅବସରରେ ନିର୍ମାତାମାନେ ଫାଇଟରର ଫାଷ୍ଟ ଲୁକ ରିଭିଲ କରିଛନ୍ତି। ଏହି ମୁଭିରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ବାୟୁସେନା ଅଧିକାରୀଙ୍କ ଲୁକରେ ଖୁବ ଇମ୍ପ୍ରେସିଭ ଲାଗୁଛନ୍ତି।
୭୭ତମ ସ୍ବାଧୀନତା ଦିବସରେ ନିର୍ମାତାମାନେ ଫାଇଟରର ପ୍ରଥମ ଲୁକ ରିଭଲକରିଛନ୍ତି । ଏଥିରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନଙ୍କ ବ୍ୟତୀତ ଅନିଲ କପୁର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ମୁଭିରୁ ପରଦା ଉଠାଇ ନିର୍ଦ୍ଦେଶକ ସମସ୍ତ କଳାକାରଙ୍କ ପ୍ରଥମ ଝଲକ ଜନସାଧାରଣଙ୍କ ଆଗରେ ରଖିଛନ୍ତି। ଟିଜରରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନଙ୍କୁ ଏୟାରଫୋର୍ସ ଅଫିସର ୟୁନିଫର୍ମ ପିନ୍ଧିଥିବାର ଦେଖାଯାଉଛି। ଦୁହେଁ ଖୁବ ପାଓ୍ବାରଫୁଲ ଭୂମିକାରେ ଅଛନ୍ତି। ତେବେ ଫିଲ୍ମର କାହାଣୀ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ।

Share