Categories: ଜାତୀୟ

ପୁଣି ସଂଘର୍ଷ ଆଶଙ୍କା: ଡେପସାଙ୍ଗ୍‌ ଉପରେ ଚାଇନା ଆଖି

ଲଦାଖ, ୧୮।୭: ଭାରତ ଚାଇନା ମଧ୍ୟରେ ଲଦାଖ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ର ଗଲଓ୍ବାନ ଘାଟିରେ ହିଂସ୍ରକ ସଂଘର୍ଷ ଘଟିବା ପରେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୪ ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ଏପରି ସ୍ଥଳେ ଚାଇନା ଲଦାଖର ଡେପସାଙ୍ଗ୍‌ ଦଖଲ ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଛି। ଚାଇନା ଏଠାରେ ଏଲ୍‌ଏସି ଠାରୁ ୧୮ କିମି ଭାରତୀୟ ସୀମା ଭିତରକୁ ପଶିଆସିଥିବା କୁହାଯାଉଛି। ଏହା ଜାରି ରହିଲେ ଆଗାମୀ ଦିନରେ ଭାରତୀୟ ସେନା ଦୌଲତ ବେଗ୍‌ ଓଲ୍ଡି(ଡିବିଓ) ବିମାନ ଘାଟି ପର୍ଯ୍ୟନ୍ତ ଯିବା ପାଇଁ ଚାଇନା ହୁଏତ ବାଧା ସୃଷ୍ଟି କରିପାରେ। ଏନେଇ ଉତ୍ତର ସେନାର ପୂର୍ବତନ କମାଣ୍ଡର ଲ୍ୟୁଟନାଣ୍ଟ୍‌ ଜେନେରାଲ ଡି.ଏସ୍‌. ହୁଡ୍ଡା କହିଛନ୍ତି ଯେ, ପୈଙ୍ଗୋଙ୍ଗ ତୁଳନାରେ ଡେପସାଙ୍ଗ୍‌ ଭାରତ ପାଇଁ ସାମରିକ ତଥା ରଣନୀତି ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏପରି କରି ଚାଇନା କାରାକୋରମ ଅଞ୍ଚଳରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ଏହାଦ୍ୱାରା ଭାରତ ଚାଇନା ମଧ୍ୟରେ ପୁଣି ଏକ ସଂଘର୍ଷର ଆଶଙ୍କା ରହିଛି।

Share