Categories: ଜାତୀୟ

ପାଣି ପାଇଁ ନଦିଆରେ ସଂଘର୍ଷ, ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ…

କୋଲକାତା, ୧୨।୬ : ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପଶ୍ଚିମବଙ୍ଗର ନଦିଆ ଜିଲାର ଶାନ୍ତିପୁର ଅଞ୍ଚଳରେ ପାଣି ଭରିବା ନେଇ ସାମାନ୍ୟ ବିବାଦ ପରେ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିବାଦ ସମୟରେ ଏହି ଅଞ୍ଚଳରେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ସଂଘର୍ଷ ଯୋଗୁ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଘଟଣାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ଲୋକମାନେ ପୋଲିସ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏହି ସଂଘର୍ଷରେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା କୁହାଯାଉଛି।

ପରିସ୍ଥିତି ଊପରେ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା।
ଏହି ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏଥିସହ ୧୨ରୁ ଅଧିକ ମୋଟରସାଇକେଲ ଜବତ ହୋଇଛି। ଘଟଣା ପରେ ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share