Categories: ଜାତୀୟ

ଦୁଇ ଯୁବତୀ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍‌, ଭାଇରାଲ ହେଉଛି ଭିଡିଓ

ରାଞ୍ଚି,୨୨ା୭: ଯୁବଗୋଷ୍ଠୀ ମାଡ଼ପିଟ୍‌ ହେବାର ଦେଖିଥିବେ, ମାତ୍ର ଦୁଇ ଯୁବତୀ ଗୋଷ୍ଠୀ ମାଡ଼ପିଟ୍‌ ହେବାର ଦେଖିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ଝାଡ଼ଖଣ୍ଡରୁ ଏପରି ଏକ ଭିଡିଓ ଭାଇରାଲ ହେଉଛି। ବୋକାରୋ ଜିଲା ସେକ୍ଟର ୪ ଥାନା ଅଞ୍ଚଳରେ ତିଆରି ହୋଇଥିବା ଏକ ସୂର୍ଯ୍ୟମନ୍ଦିର ପ୍ରାଙ୍ଗଣରେ ଏପରି ଘଟଣା ଘଟିଛି। ଭିଡିଓରେ ଜଣେ ଯୁବତୀ ଆଉ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନଜର ଆସିଛି। ଏହି ଭିଡିଓକୁ କେହି ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରାଇ ଦେଇଛନ୍ତି।

ଏହି ସମୟରେ ଜଣେ ବୃଦ୍ଧା ମନ୍ଦିର ପ୍ରାଙ୍ଗଣରେ ଛେଳି ଚରାଉଥିଲେ। ପ୍ରତ୍ୟକ୍ଷଦର୍ଶୀ ଭାବେ ସେ କହିଛନ୍ତି, କେଉଁ କାରଣରୁ ଯୁବତୀମାନଙ୍କ ମଧ୍ୟରେ ଝଗଡ଼ା ମାଡ଼ପିଟ୍‌ ହେଲା ମୁଁ ଜାଣିନାହିଁ। ମାତ୍ର ଦୁଇ ଯୁବତୀ ମିଶି ଆଉ ଏକ ଯୁବତୀଙ୍କୁ ତଳେ ପକାଇ ଦେଇଥିଲେ। ମୁଁ କେବଳ ତାଙ୍କ ମାଡ଼ପିଟ୍‌ ବସି ଦେଖୁଥିଲି।

Share