ଚାଇନା ସହିତ ଲଢ଼େଇ ହେଲେ ଭାରତ ପଟେ ରହିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୭: ଭାରତ ଚାଇନା ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ସହିତ ଲଢ଼େଇ ହେଲେ ଆମେରିକା ସୈନ୍ୟ ଭାରତ ପଟେ ରହିବ ବୋଲି ହ୍ବାଇଟ୍‌ ହାଉସ୍‌ ସଙ୍କେତ ଦେଇଛି। ଚାଇନା ମଧ୍ୟରେ ଯୁଦ୍ଧ ଲାଗିଲେ ଆମେରିକା ଭାରତ ସହିତ ଛିଡ଼ା ହେବ। ଚାଇନା ଉପରେ ଚାପ ପକାଇବା ଲାଗି ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ହ୍ବାଇଟ୍‌ ହାଉସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ମାର୍କ ମେଡୋସ୍‌ ସୂଚନା ଦେଇଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦକ୍ଷିଣ ଚାଇନା ସାଗରରେ ଆମେରିକା ୨ଟି ଯୁଦ୍ଧପୋତ ମୁତୟନ କରିଛି। ଆମେରିକା କେବେ ମଧ୍ୟ ଦୂରରେ ରହି ନୀରବ ଦ୍ରଷ୍ଟା ସାଜିବନି। ଚାଇନା ହାତରେ ସ୍ଥିିତିକୁ ଆମେରିକା ଛାଡ଼ିଦେବ ନାହିଁ ବୋଲି ମେଡୋସ୍‌ କହିଛନ୍ତି।

Share