ଅଧ୍ୟକ୍ଷ ପଦ ପାଇଁ ଲଢେଇ: ଶାସକ, ବିରୋଧୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ

ରେଢ଼ାଖୋଲ,୮ା୩(ଡି.ଏନ.ଏ.): ରେଢ଼ାଖୋଲ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ସୁନୀଲ କୁମାର ପ୍ରଧାନ, ଭାଜପାରୁ ଶିବରାମ ସାହୁ ଓ କଂଗ୍ରେସ ଦଳରୁ ଆଇନଜୀବୀ ସଜଲକାନ୍ତ ପାଲ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବିଜେଡି ଓ ଭାଜପା ପକ୍ଷରୁ ସମସ୍ତ ୧୩ ୱାର୍ଡର କାଉନସିଲର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ କଂଗ୍ରେସ ଦଳ କେବଳ ୨ଟି ୱାର୍ଡ ପାଇଁ ନାମାଙ୍କନପତ୍ର ଦାଖଲ କରିଛି। କାଉନସିଲର ପଦ ପାଇଁ ସମୁଦାୟ ୨୯ ଜଣ ଓ ଅଧ୍ୟକ୍ଷ ପଦ ପାଇଁ ୬ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ବେର୍ସିୟୁସ ଡୁଙ୍ଗଡୁଙ୍ଗ ସୂଚନା ଦେଇଛନ୍ତି।

ଅଧକ୍ଷ ପଦ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ମନୋଜ କୁମାର ମିଶ୍ର, ଚନ୍ଦ୍ରହାସ ପ୍ରଧାନ ଓ ଜ୍ୟୋତିରଞ୍ଜନ ଖିଲାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉଭୟ ବିଜେଡି ଓ ଭାଜପା ପ୍ରାର୍ଥିମାନେ ଦଳୀୟ ନେତୃବୃନ୍ଦଙ୍କ ଗହଣରେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ବିଧାୟକ ରୋହିତ ପୂଜାରୀଙ୍କ ସମେତ ବରିଷ୍ଠ ନେତା ଆର୍ତ୍ତତ୍ରାଣ ମିଶ୍ର, ଅନାଦି ଚରଣ ସାହୁ, ପ୍ରଦୀପ କୁମାର ପ୍ରଧାନ ଏବଂ ଭାଜପା ପକ୍ଷରୁ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଦେବେନ୍ଦ୍ର ମହାପାତ୍ର ଓ ଆଶିଷ ହୋତା ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ।

Share