୧୭ ବର୍ଷ ହେଲା ପିଲାଙ୍କ ପାଇଁ ସଂଘର୍ଷ

ସମ୍ବଲପୁର,୯ା୧୨ (ଭବାନୀ ଶଙ୍କର ଭୋଇ): ବହୁ ଅସୁବିଧା ସତ୍ତ୍ୱେ ସେ ହାର ମାନିନାହାନ୍ତି। ଦୀର୍ଘ ୧୭ବର୍ଷ ହେବ ନିଜ ପିଲାଙ୍କ ପାଇଁ ସଂଘର୍ଷ ଚଳାଇଛନ୍ତି। ଏପରି ଜଣେ ମହିଳା ହେଉଛନ୍ତି ସମ୍ବଲପୁର ସିନ୍ଦୂରପଙ୍କର ବାସନ୍ତୀ ବେହେରା। ବରଗଡ଼ ଜିଲା ବରପାଲିରେ ଜନ୍ମିତ ବାସନ୍ତୀ ୨୮ବର୍ଷ ତଳେ ସିନ୍ଦୂରପଙ୍କ ନିକଟ ପଦର ବାସିନ୍ଦା ଜଗନ୍ନାଥ ବେହେରାଙ୍କୁ ବିବାହ କରିଥିଲେ। ୧୦ବର୍ଷ ପର୍ଯ୍ୟନ୍ତ ପିଲାଛୁଆ ନ ହେବାରୁ ଅନେକ ପୂଜାପାଠ କରିଥିଲେ। ପରେ ଦୁଇ ଝିଅର ମାଆ ହେବାର ସୌଭାଗ୍ୟ ପାଇଲେ ସେ। ହେଲେ ବଡଝିଅକୁ ଦୁଇବର୍ଷ ପୂରିବା ବେଳକୁ ସ୍ବାମୀଙ୍କ ପରଲୋକ ହୋଇଯାଇଥିଲା। ସେତେବେଳକୁ ସାନଝିଅକୁ ମାତ୍ର କେଇମାସ ହୋଇଥିଲା। ସ୍ବାମୀ ପାଖ ପଥର ଖାଦାନରେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ସେ ଚାଲିଯିବା ପରେ ପରିବାରର ଆର୍ଥତ୍କ ସ୍ଥିତି ଦୋହଲି ଯାଇଥିଲା। ଏପରି କି ପିଲାଙ୍କ ମୁହଁରେ ଦାନା ଦେବାକୁ ବାସନ୍ତୀ ଅସମର୍ଥ ହୋଇପଡିଲେ। ଶେଷରେ ସେ ବାଧ୍ୟହୋଇ ପଦାକୁ ଗୋଡ଼ କାଢିଲେ। ସ୍ବାମୀ କାମ କରୁଥିବା ଖାଦାନରେ ପଥର ଫଟାଇବା କାମକଲେ। ଦୁଇଛୁଆଙ୍କୁ ଘରେ ଛାଡି ଯିବା ସମ୍ଭବ ନ ଥିବାରୁ ସେମାନଙ୍କୁ ସାଙ୍ଗରେ ଧରି ପଥର ଖାଦାନକୁ ଗଲେ। ପଥର ଫଟାଉଥିବା ଜାଗାରେ ଗଛତଳେ ଦୁଇଛୁଆଙ୍କୁ ଛାଡି ସେ କାମରେ ଲାଗୁଥିଲେ। ମଝିରେ ଆସି ଛୁଆଙ୍କୁ ଦେଖୁଥିଲେ। ଭୋର ୫ଟାରୁ ଘରୁ ବାହାରି ଦିନ ୧୧ଟା ପର୍ଯ୍ୟନ୍ତ କାମ ସାରି ଘରକୁ ଫେରୁଥିଲେ। ଘରେ ରନ୍ଧାବଢା କରି ପୁଣି ୩ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଦାନରେ କାମ କରୁଥିଲେ। ପିଲା ବଡ ହେବା ପରେ ସ୍କୁଲରେ ନାମ ଲେଖାଇ ସେମାନଙ୍କ ପାଠ ପଢା ବ୍ୟବସ୍ଥା କରିଥିଲେ। ଦୀର୍ଘ ୧୫ବର୍ଷ ଧରି ପଥର ଖାଦାନରେ ଶ୍ରମିକ ଭାବେ କାମ କରି ପିଲାଙ୍କୁ ମଣିଷ କରିବାକୁ ସଂଘର୍ଷ ଚଳାଇଥିବା ବେଳେ କରୋନା ସମୟରେ ସବୁକିଛି ବନ୍ଦ ହୋଇଗଲା। ପୁଣିଥରେ ବଞ୍ଚତ୍ବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡିଲା। ତେବେ ଇଡ୍‌ଲି ଦୋକାନ କରି ପରିବାର ଚଳାଇବାକୁ ଚିନ୍ତା କଲେ। ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଧାର ଆଣି ସିନ୍ଦୂରପଙ୍କ ଛକରେ ଏକ ଛୋଟ ଦୋକାନ ଭଡାରେ ନେଇ ଇଡ୍‌ଲି ବ୍ୟବସାୟ ଆରମ୍ଭ କଲେ। ଏବେ ସେ ପ୍ରତ୍ୟହ ଭୋର ୪ଟାରୁ ଉଠି ସବୁ ସାମଗ୍ରୀ ଯୋଗାଡ କରିବା ପରେ ଦୋକାନ ଖୋଲି ଇଡ୍‌ଲି ପ୍ରସ୍ତୁତ କରୁଛନ୍ତି। ଦୁଇବର୍ଷ ହେବ ଏହି ବ୍ୟବସାୟ ଦ୍ୱାରା ନିଜେ ସ୍ବାବଲମ୍ବୀ ହେବା ସହ ସୁଷମା ପାଣ୍ଡେ ନାମ୍ନୀ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇପାରିଛନ୍ତି। ବାସନ୍ତୀ ବାପଘର ବରପାଲିରେ ରହୁଥିବା ସମୟରେ ତାମିଲ, ତେଲୁଗୁ ପରିବାର ସଦସ୍ୟଙ୍କଠାରୁ ତାମିଲ, ତେଲୁଗୁ ଭାଷା ଶିଖିଛନ୍ତି। ଏଥିଯୋଗୁ ଗ୍ରାହକଙ୍କ ସହ ତାମିଲ, ତେଲୁଗୁ, ଓଡ଼ିଆ, ହିନ୍ଦୀ ଓ ସମ୍ବଲପୁରୀ ଭାଷାରେ ସେ କଥା ହୋଇ ସେମାନଙ୍କ ମନ ଜିଣି ପାରୁଛନ୍ତି। ନିଜେ ଅଧିକ ପାଠ ପଢିପାରି ନ ଥିବାବେଳେ ନିଜର ଦୁଇଝିଅଙ୍କୁ ଏବେ କଲେଜରେ ପାଠ ପଢାଉଛନ୍ତି। ଦିନସାରା ପରିଶ୍ରମ କରି ଯାହା ରୋଜଗାର ହେଉଛି ସେଥିରେ ଦୋକାନ ଭଡା, ସହଯୋଗୀଙ୍କ ଦରମା, ଯା’ଆସ ପାଇଁ ଅଟୋଭଡା ଆଦି ଖର୍ଚ୍ଚ ପରେ ଯାହା ବଳୁଛି ପିଲାଙ୍କ ପାଠପଢାରେ ଖର୍ଚ୍ଚ ହେଉଛି। ତେବେ ସେ ରହୁଥିବା ଘର ସରକାରୀ ଜମିରେ ଥିବାରୁ ତାଙ୍କୁ ପକ୍କାଘର ଖଣ୍ଡେ ମିଳିପାରି ନାହିଁ। ଏହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତଥାପି ନିଜ ପରିଶ୍ରମକୁ ନେଇ ସେ ଖୁସିରେ ଅଛନ୍ତି। ତେବେ ପିଲାଙ୍କୁ ମଣିଷ କରିବାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରି ଆଗକୁ ବଢୁଥିବା ବାସନ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri