ନୂଆଦିଲ୍ଲୀ,୨୫।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଗୋଟିଏ ଦିନ ପରେ ଶୁକ୍ରବାର ତାଙ୍କର ସଦସ୍ୟତା ପଦ ରଦ୍ଦ କରାଯାଇଛି। ଏହାକୁ ନେଇ ବିରୋଧୀ ବିରୋଧ କରୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ଶୁକ୍ରବାର ଏକ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ମୁଁ ଭାରତର ସ୍ବର ପାଇଁ ଲଢେଇ କରୁଛି। ଏଥିପାଇଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ମୁଁ ପ୍ରସ୍ତୁତ। ତେବେ ରାହୁଲଙ୍କ ଏମ୍ପି ପଦ ରଦ୍ଦ ହୋଇଥିଲେ ମଧ୍ୟ ଏଯାଏ ସେ ତାଙ୍କ ଟୁଇଟର ବାୟୋ ବଦଳାଇ ନାହାନ୍ତି।