ମୁମ୍ବାଇ,୨ା୭: ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ସମୟ ପରେ ନିଜ ଟୁଇଟର ପ୍ରୋଫାଇଲ ବଦଳାଇଛନ୍ତି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍ରେଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ପ୍ରୋଫାଇଲରେ ରଖିଛନ୍ତି। ଏହାକୁ ସିନ୍ଧେଙ୍କ ପୂବର୍ସୁରୀ ଉଦ୍ଧବ ଠାକ୍ରେଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ଶିବସେନାର ୪୦ ବିଧାୟକଙ୍କୁ ଧରି ଗୁଜରାଟ, ଗୁଆହାଟୀ ପରେ ଗୋଆର ହୋଟେଲରେ ଅବସ୍ଥାନ କରିଥିବା ସିନ୍ଧେ ବିଦ୍ରୋହୀ ଗୋଷ୍ଠୀକୁ ‘ଶିବସେନା ବାଲାସାହେବ’ ନାମକରଣ କରିଛନ୍ତି। ବାଲାସାହେବ ଠାକ୍ରେ ଭାଜପା ସହ ମେଣ୍ଟ କରିଥିଲେ। ଆମେ ମଧ୍ୟ ତାଙ୍କୁ ଅନୁକରଣ କରିଛୁ ବୋଲି ବିଦ୍ରୋହୀ ବିଧାୟକ ଦୀପକ କେସରକାର କହିଛନ୍ତି। ସିନ୍ଧେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବେନ୍ଦ୍ର ଫଡ୍ନବିସ ଘୋଷଣା କରିବା ପରେ ବିଦ୍ରୋହୀ ନେତା କହିଥିଲେ, ‘ବାଲାସାହେବ ଠାକ୍ରେଙ୍କ ଶିବସୈନିକ’ଙ୍କ ପାଇଁ କ୍ଷମତା ଛାଡ଼ି ଦେଇ ଭାଜପା ବିଶାଳ ହୃଦୟର ପରିଚୟ ଦେଇଛି।