ମାଠିଆ ବାଡ଼େଇ ରାଜନୀତି କଲେ ପୂର୍ବ ସରକାର: ମନ୍ତ୍ରୀ ହରିଚନ୍ଦନ

ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ମହାନଦୀ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ବିଜେଡି ଅଭିଯୋଗ କରିଛି, ନୂଆ ଅଧ୍ୟକ୍ଷ ନିଯୁକ୍ତି ଅର୍ଥ ଦାସେ ଆସିଲେ ମୂଳରୁ ଗାଅ। ଶୁଣାଣି ଶେଷବେଳକୁ ମହାନଦୀ ଲୀନ ହୋଇଯାଇଥିବ। କଂଗ୍ରେସ ମଧ୍ୟ ବିଜେଡି ସହ ସ୍ବର ମିଳାଇଛି। ଅନ୍ୟପକ୍ଷରେ ଭାଜପା ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ସ୍ଥିତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ମଧ୍ୟସ୍ଥତାକୁ ମନା କରି ନାଟକୀୟ ଢଙ୍ଗରେ ମାଠିଆ ବାଡ଼େଇ ରାଜନୀତି କଲେ। ତେବେ ଓଡ଼ିଶାର ସ୍ବାର୍ଥ ପାଇଁ ଭାଜପା ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ପୃଥ୍ବୀରାଜ କହିଛନ୍ତି। ମହାନଦୀକୁ ମା’ କହି ପର କରିଦେଇଥିଲେ ନବୀନ ସରକାର। ରମଣ ସିଂଙ୍କ ବୈଠକରୁ ଉଠି ଆସି ଟ୍ରିବ୍ୟୁନାଲ ଗଠନ ପାଇଁ ଅଡ଼ି ବସିଥିଲେ। ରାଜନୈତିକ ଲାଭ ଉଦ୍ଦେଶ୍ୟରେ ବିଜେଡି ଆନ୍ଦୋଳନ କଲା। ଟ୍ରିବ୍ୟୁନାଲକୁ ଗଲେ। ହେଲେ ୬ ବର୍ଷ ପରେ ବି ମାମଲା ଯେଉଁଠି ସେଇଠି। ୨୦୧୮ ମେ ୧୨ରେ ନବୀନ ସରକାର ତଳମୁଣ୍ଡରେ ୭ଟି ବ୍ୟାରେଜ କରିବାକୁ ଘୋଷଣା କରିଥିଲେ। ବ୍ୟାରେଜ ଦୂରର କଥା, ୨୪ ବର୍ଷଧରି କ୍ଷମତାରେ ଥିବାବେଳେ ଇଟା ଖଣ୍ଡେ ବି ପକେଇଲେ ନାହିଁ। ଏବେ ନୂଆ ସରକାର ମହାନଦୀ ଓ ରାଜ୍ୟର ସ୍ବାର୍ଥ ପାଇଁ ଟ୍ରିବ୍ୟୁନାଲର ବଳିଷ୍ଠ ଯୁକ୍ତି ଉପସ୍ଥାପନ ସହ ଆପୋସ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

କଟକ,୧୫ା୧୨: ମଧୁପାଟଣା ଥାନା ଅଧୀନ ଲିଙ୍କ୍‌ରୋଡ୍‌ ଛକରେ ଶନିବାର ରାତି ଏକ ମୋ ବସ୍‌ (ନଂ.ଓଡ଼ି୩୩ୟୁ-୭୧୧୧) ରେ ନିଆଁ ଲାଗି ଜଳି ଯାଇଥିଲା। ରବିବାର ବିଭାଗ...

ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର

ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ। ନିଜଆଡୁ ମାମଲା...

୧୦ ଡିଗ୍ରୀ ତଳକୁ ଖସିଲା ପାରଦ: ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ସହ ଘନ କୁହୁଡି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଚଳିତ ବର୍ଷ ସରକାରୀ ରିପୋର୍ଟ ଅନୁସାରେ ପାରଦ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି। ରବିବାର ଭୋର ୬ ଟା ସୁଧା...

ଭୋଗ ନାଁରେ ବିକ୍ରି ହେଉଛି ଅପମିଶ୍ରିତ ଖଜା

ପୁରୀ,୧୫ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର...

ଶୀତ ଲହରି ନେଇ ଏହି ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୫ା୧୨(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରି ଜାରି ରହିଛି। ଶନିବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦.୫ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ସର୍ବନିମ୍ନ...

ମୃତ ଯବାନଙ୍କ ୨୦ଲକ୍ଷ ହଡ଼ପ ପାଇଁ କୋର୍ଟ ରାୟ ଜାଲିଆତି

ଉଦଳା,୧୫ା୧୨(ସନ୍ତୋଷ କୁମାର ବାଛିନୀ): ଜଣେ ମୃତ ଯବାନଙ୍କ ଟଙ୍କା ହଡ଼ପ କରିବାକୁ ସାଙ୍ଘାତିକ କାଣ୍ଡ। କୋର୍ଟଙ୍କ ରାୟ, ବିଚାରପତିଙ୍କ ଦସ୍ତଖତ ଜାଲ୍‌ କରିବା ସହ ସରକାରୀ...

ଜାନୁଆରୀରେ ଜୋରଦାର ହେବ ଲଢ଼େଇ: ବିଜେଡି

ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ମୋଟୁ ଅଞ୍ଚଳର କେତେକ ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।...

ଟ୍ରେନ୍‌ରେ ଓ୍ବାକିଂ ବୁକ୍‌ଫେୟାର- ଟ୍ରାଭେଲ

ଭୁବନେଶ୍ୱର,୧୫ା୧୨ (ସୌମ୍ୟରଞ୍ଜନ ରାଉତ): ଟ୍ରେନ୍‌ରେ ୨ୟ ଓ୍ବାକିଂ ବୁକ୍‌ଫେୟାର- ଟ୍ରାଭେଲ୍‌ ରାଇଟିଂ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳଷ୍ଟେଶନରୁ ଟ୍ରେନ ଯାତ୍ରା ମାଧ୍ୟମରେ ଭ୍ରମଣକାରୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri