ଭୁବନେଶ୍ବର ଫେରିବା ପରେ ପ୍ରତିକ୍ରିୟା ରଖିଲେ ହକି ଇଣ୍ଡିଆର ନବନିର୍ବାଚିତ ସଭାପତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀ ଶନିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଗାମୀ ଦିନରେ ସାରା ଦେଶରେ ହକିର ବିକାଶ ମୋର ଲକ୍ଷ । ବିଶେଷକରି ତୃଣମୂଳ ସ୍ତରରେ କିପରି ହକିକୁ ପହଞ୍ଚାଯାଇ ପାରିବ ସେ ନେଇ କାମ କରିବି ଆଗାମୀ ଅଲିମ୍ପିକ୍ସରେ ଭାରତ କିପରି ସ୍ବର୍ଣ୍ଣ ଜିତିବ ତାଉପରେ ଫୋକସ ରହିବ ।

ଏଫ୍‌ଆଇଏଚ୍‌ ସହ ଆଲୋଚନା କରି ହକି ଇଣ୍ଡିଆ ଲିଗ କିପରି ଭାବେ ପୁଣିଥରେ ଆରମ୍ଭ ହୋଇପାରିବ ସେନେଇ ଚେଷ୍ଟା କରିବେ ବୋଲି କହିଛନ୍ତି । ଶୁକ୍ରବାର ନିର୍ଦ୍ୱନ୍ଦରେ ହକି ଇଣ୍ଡିଆ ସଫାପତି ଭାବେ ନିର୍ବାଚିତ ହେବା ପରେ ମଙ୍ଗଳବାର ତିର୍କୀ ଭୁବନେଶ୍ବର ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରିଡ଼ା ବିଭାଗ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ବିପୁଳ ସ୍ବାଗତ କରିଥିଲେ ।

Share